ସ୍କୁଲରେ ପଶି ପ୍ରଧାନଶିକ୍ଷକ ଓ ପିଅନଙ୍କୁ ନିସ୍ତୁକ ମାଡ଼

0
407

ମୟୂରଭଞ୍ଜ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲରେ ପଶି ପ୍ରଧାନଶିକ୍ଷକ ଓ ପିଅନଙ୍କୁ ନିସ୍ତୁକ ମାଡ଼। ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ହାତୀପୁତୁକା ସ୍ଥିତ ଆଦିବାସୀ ଛାତ୍ରୀ ନିବାସରେ ଗତ ଶନିବାର ଦିନ ଏହି ଘଟଣା ଘଟିଛି। ଛାତ୍ରୀଙ୍କୁ ପିଅନ ଜଣଙ୍କ ଅସଦାଚରଣ ଘଟଣାକୁ ନେଇ ସ୍କୁଲରେ ପଶି ପ୍ରଧାନ ଶିକ୍ଷକ ଓ ପିଅନଙ୍କୁ ବାନ୍ଧି ଲୋକମାନେ ମାଡ଼ ମାରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ପିଅନକୁ ଅଟକ ରଖିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।