ସ୍ପେଶାଲ ସ୍କ୍ବାର୍ଡ ଚଢ଼ାଉ: ୧୨ ଲୁଟେରା ଗିରଫ

0
366

ଭୁବନେଶ୍ୱର: ହକି ଓ୍ବାଲ୍ଡ କପ୍‌ ଚାଲିଥିବା ବେଳେ ଏକାଧିକ ଯାତ୍ରୀଙ୍କଠାରୁ ମୋବାଇଲ ଲୁଟପାଟ୍‌ କରୁଥିବା ୨ଟି ଗ୍ୟାଙ୍ଗର ୧୨ ସଦସ୍ୟଙ୍କୁ ସ୍ପେଶାଲ ସ୍କ୍ବାର୍ଡ ପୋଲିସ ଶୁକ୍ରବାର ଗିରଫ କରିଛି। ସେମାନଙ୍କ ନିକଟରୁ ୩୦ ଦାମୀ ମୋବାଇଲ ଜବତ କରାଯାଇଥିବା ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ଗିରଫ ଲୁଟେରା ଅଣ ଓଡ଼ିଆ ହୋଇଥିବା ଜଣାପଡ଼ିଛି। ସେମାନେ ପାର୍କ ଓ ମଲ ଭିତରକୁ ଯାଇ ଲୋକଙ୍କଠାରୁ ମୋବାଇଲ ଲୁଟ କରୁଥିଲେ। ବିଶେଷକରି ଏହିଭଳି ଖଣ୍ଡଗିରି ଅଞ୍ଚଳରେ ଜଣେ ବିଦେଶୀନିଙ୍କଠାରୁ ଏକ ଲ୍ୟାପ୍‌ଟପ୍‌ ଏବଂ ତାଙ୍କର କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏହି ଗ୍ୟାଙ୍ଗ ଲୁଟି ନେଇଥିଲା। ଏନେଇ ବିଦେଶିନୀ ଅଭିଯୋଗ କରିଥିଲେ। ଏହାକୁ ଖୋଳତାଡ଼ କରିବା ସମୟରେ ପୋଲିସ ଏହି ଦୁଇ ଗ୍ୟାଙ୍ଗକୁ ଠାବ କରିବାରେ ସକ୍ଷମ ହୋଇଛି।