ସଡ଼କ ଦୁର୍ଘଟଣାରେ ୧ ମୃତ

0
398

ରାଉରକେଲା: ରାଉରକେଲାରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଥାନା ଓଆଇସିଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ମନୋଜ କୁମାର ନାୟକ। ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଡ୍ୟୁଟି ସାରି ଫେରୁଥିବା ବେଳେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ବିଶ୍ରା ଛକ ନିକଟରେ ତାଙ୍କ କାର୍ ଡିଭାଇଡରରେ ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।