ହକି ବିଶ୍ବକପ୍‌କୁ ଆଉ ଦୁଇ ସପ୍ତାହ ଅପେକ୍ଷା

0
364

ଭୁବନେଶ୍ବର: ଦୁଇ ସପ୍ତାହ ପରେ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି ବିଶ୍ବକପ୍‌ ପ୍ରଥମ ଥର ଲାଗି ଓଡ଼ିଶାରେ ହେବାକୁଯାଉଛି। ଭଲ ପ୍ରଦର୍ଶନକରି ହକି ପ୍ରେମୀଙ୍କ ମନ କିଣିବାକୁ ଭାରତୀୟ ଖେଳାଳି ଲକ୍ଷ୍ୟ ରଖିଛନ୍ତି ଭାରତୀୟ ଦଳର ଯୁବ ଅଧିନାୟକ ମନ୍‌ପ୍ରୀତ ସିଂହ ଦଳର ଲକ୍ଷ୍ୟ ଏବଂ ଯୋଜନା ବିଷୟରେ ସୂଚନା ଦେବା ସହ ଜନ୍ମଦିନ ଅବସରରେ ପ୍ରଶିକ୍ଷକ ହରେନ୍ଦ୍ର ସିଂହ ପ୍ରଭୁ ଲିଙ୍ଗରାଜଙ୍କ ପାଖକୁ ଯାଇ ଆଶ୍ରିବାଦ ମାଗି ମନ୍‌ପ୍ରୀତ କହିଥିଲେ ଯେ ଆମେ ପୁଲ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ପୁଲ୍‌ର ଶୀର୍ଷରେ ରହିବା ହିଁ ଆମର ପ୍ରଥମ ଲକ୍ଷ୍ୟ। ପୁଲ୍ ପର୍ଯ୍ୟାୟର ପ୍ରତ୍ୟେକ ମ୍ୟାଚ୍‌ରୁ ୩ ପଏଣ୍ଟ ଅଜର୍ନ କରି ଆମେ କ୍ବାର୍ଟର ଫାଇନାଲ୍ ଯାଇ ପାରିବୁ ଓ ପ୍ରତ୍ୟେକ ଦଳ ବିଜୟ ଲକ୍ଷ୍ୟ ନେଇ ବିଶ୍ବକପ୍‌କୁ ଆସି ଥାଆନ୍ତି ତେଣୁ ଆମେ କୌଣସି ଦଳକୁ ହାଲକାରେ ନେବାକୁ ଚାହୁଁନାହୁଁ। ସେ ଦକ୍ଷିଣ ଆଫ୍ରିକା, ବେଲଜିୟମ କିମ୍ବା କାନାଡା ହେଉ। ୧୯୭୫ରେ ପ୍ରଥମ ଓ ଶେଷ ଥର ପାଇଁ ବିଶ୍ବକପ୍ ଜିତିବା ପରଠୁ ଭାରତ ଆଉ କେବେ ଶ୍ରେଷ୍ଠ ୩ ସ୍ଥାନରେ ରହିନାହିଁ।