ହକି ବିଶ୍ଵକପ: ଅଷ୍ଟ୍ରେଲିଆ-ଚାଇନା ଏବଂ ଆୟରର୍ଲାଣ୍ଡ-ଇଂଲଣ୍ଡ ମଧ୍ୟରେ ଟକ୍କର

0
391

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଶୁକ୍ରବାର ପୁରୁଷ ହକି ବିଶ୍ଵକପ୍ ପୁଲ-ବି ର ୨ ଟି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଖୋଳାଯିବ । ପ୍ରଥମ ମ୍ୟାଚ୍ ରେ ଅଷ୍ଟ୍ରେଲିଆ ଚାଇନାକୁ ଭେଟିବବେଳେ ଦ୍ବିତୀୟ ମ୍ୟାଚ୍ ରେ ଆୟର୍ଲାଣ୍ଡ କୁ ଭେଟିବା ଇଂଲଣ୍ଡ । ଏହି ଦୁଇ ମ୍ୟାଚ୍ ସରିଲାପରେ କେଉଁ ୨ଟି ଦଳ କ୍ରସ ଓଭର ମ୍ୟାଚ୍ ଖେଳିବେ ତାହା ଜଣା ପଡିବ। ସେପଟେ ଅଷ୍ଟ୍ରେଲିଆ ପ୍ରଥମ ୨ଟି ମ୍ୟାଚରେ ବିଜୟୀ ହୋଇ ୬ ପଏଣ୍ଟ ହାସଲ କରିବା ସହ ବିଶ୍ବକପ୍ ର ପ୍ରଥମ ଦଳ ଭାବେ କ୍ବାର୍ଟର ଫାଇନାଲ ଟିକଟେ ହାସଲ ମଧ୍ୟ କରିଛି। ଅପରପକ୍ଷରେ ଚାଇନା ୨ ଟି ମ୍ୟାଚ୍ ଖେଳି ଦୁଇଟି ଡ୍ର ସହ ୨ ପଏଣ୍ଟ ହାସଲ କରି ଦ୍ବିତୀୟ ସ୍ଥାନରେ ରହିଛି ।