ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ଆଜିଠୁ ୪୮ ଘଣ୍ଟା ବନ୍ଦ ଡାକରା

0
374

ସମ୍ବଲପୁର:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ୨ମାସରୁ ଊର୍ଦ୍ଧ୍ୱ ହେବ ଓକିଲମାନେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା ଜାରି ରଖିଥିବାବେଳେ କୋର୍ଟ କାର୍ଯ୍ୟ, ସରକାରୀ କାର୍ଯ୍ୟାଳୟ ବନ୍ଦ କରିଛନ୍ତି। ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାବି ଉପରେ ନୀରବ ରହିଛନ୍ତି। ଏହାର ପ୍ରତିବାଦରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କିମିଟି (ସିଏସି)ର ଆହ୍ବାନ କ୍ରମେ ଗୁରୁବାର ସକାଳୁ ୪୮ ଘଣ୍ଟିଆ ମହାବନ୍ଦ ପାଳନ କରାଯାଇଛି। ଶନିବାର ସକାଳ ୬ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜନସାଧାରଣ, ବିଭିନ୍ନ ସାମାଜିକ ଅନୁଷ୍ଠାନ, ଛାତ୍ରୀଛାତ୍ର ଏଥିରେ ସାମିଲ୍‌ ହେବାକୁ ଅନୁରୋଧ କରାଯାଇଛି। ଜିଲାର ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ରାସ୍ତାରୋକୋ କରାଯିବ। ରେଳଷ୍ଟଶନଗୁଡ଼ିିକରେ ରେଳରୋକୋ ହେବ। ରାସ୍ତାଘାଟ, ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ ରହିଚି।