ହାଇସିସ୍‌ ଉପଗ୍ରହର ସଫଳ ଉତ୍‌କ୍ଷେପଣ

0
381
ISRO sucess satelite

ଶ୍ରୀହରିକୋଟା: ଇସ୍ରୋ ପୁଣିଥରେ ରଚିଛି ଇତିହାସ। ଗୁରୁବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାଓ୍ବନ ମହାକାଶ ଗବେଷଣା କେନ୍ଦ୍ରରୁ ସଫଳତାର ସହିତ ବିରଳ ଉପଗ୍ରହ ହାଇସିସ୍‌(ହାଇପର୍‌ ଇମେଜିଂ ସାଟେଲାଇଟ୍‌)ର ଉତ୍‌କ୍ଷେପଣ କରାଯାଇଛି। ପିଏସ୍‌ଏଲ୍‌ଭି-ସି-୪୩ ରକେଟ ସହାୟତାର ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଏଥି ସହ ଅନ୍ୟ ୩୦ଟି ଉପଗ୍ରହ ମଧ୍ୟ ଉତ୍‌କ୍ଷେପଣ ହୋଇଛି। ତନ୍ମଧ୍ୟରୁ ଆମେରିକାର ୨୩ଟି ଉପଗ୍ରହ ରହିଛି। ମୋଟ ୨୬୧.୫ କିଗ୍ରା ଓଜନ ନେଇ ପିଏସ୍‌ଏଲ୍‌ଭି-ସି-୪୩ର ଉତ୍‌କ୍ଷେପଣ କରାଯାଇଛି। ଏହାର ସୁପର ଶାର୍ପ ଆଇ ରହିଛି। ସୂଚନା ଯୋଗ୍ୟ,ଆଗାମୀ ୫ ବର୍ଷ ପାଇଁ ଏହା କାର୍ଯ୍ୟ କରିବ ବୋଲି ଇସ୍ରୋ ଅଧ୍ୟକ୍ଷ ଡ. କେ. ସିଭନ୍‌ ମତ ଦେଇଛନ୍ତି।