ହାତୀ ଆକ୍ରମଣରେ ୨ମୃତ୍ୟୁ

0
362

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଗତକିଛି ଦିନ ଧରି ହାତୀପଲର ଉପଦ୍ରବ ଜାରି ରହିଛି। ହାତୀ ଆକ୍ରମଣରେ ଜିଲାରେ ଭିନ୍ନଭିନ୍ନ ସ୍ଥାନରେ ୨ଜଣଙ୍କ ମୃତ୍ୟୁ ଘଟିଛି। ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତର ତଳି ଛାମୁଣ୍ଡା ଗ୍ରାମରେ ଶନିବାର ସନ୍ଧ୍ୟା ୬ଟାବେଳେ ବଣୁଆ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ବଡଗାଁ ଫରେଷ୍ଟ ରେଞ୍ଜରଙ୍କ ସହିତ ବନ କର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ବନ ବିଭାଗ କର୍ମଚାରୀଙ୍କୁ ଦେଖି ଲୋକେ ପାଟିତୁଣ୍ଡ କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ସେହିପରି କୋଇଡା ବ୍ଲକ ଅନ୍ତର୍ଗତ ଝିରିପାଣି ଗାଁରେ ଶୁକ୍ରବାର ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ହାତୀପଲ ଧାନ କ୍ଷେତରେ ପଶିଥିବା ଜାଣିବା ପରେ ମନହରିଙ୍କ ସହ କେତେକ ଗ୍ରାମବାସୀ ଘଉଡ଼ାଇବାକୁ ଯାଇଥିଲେ। ହାତୀ ଉପରକୁ ଟେକା ପଥର ପକାଇବାରୁ ଲୋକଙ୍କୁ ହାତୀ ଗୋଡ଼ାଇଥିଲା। ଲୋକେ ଦୌଡ଼ି ପଳାଇଯାଉଥିବାବେଳେ ମନହରି ପଡ଼ିଯାଇଥିଲେ। ହାତୀ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଶନିବାର ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ଲହୁଣୀପଡା ଡାକ୍ତରଖାନା ପଠାଯାଇଛି।