ହୋଇପାରୁନି ଅନଲାଇନରେ ଟିକେଟ୍ ବିକ୍ରି

0
343
website not open for hockey ticket

ଭୁବନେଶ୍ୱର: ହକି ବିଶ୍ୱକପର ବହୁ ପ୍ରତୀକ୍ଷିତ ଉଦଘାଟନୀ ଉତ୍ସବ ଲାଗି ଟିକେଟ୍ ବିକ୍ରି ଆଜିଠୁ ଆରମ୍ଭ ହୋଇଛି । ଆଜି ଅପରାହ୍ନ ୧୨ରୁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲେ ମଧ୍ୟ ଓ୍ବେବସାଇଟ୍ ଖୋଲୁନାହିଁ । ଏଭଳି ସ୍ଥିତିରେ ହକିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି । ଆସନ୍ତା ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ସହ, ୨୮ ତାରିଖରେ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏ.ଆର. ରହମାନ ସୋ ଲାଗି ମଧ୍ୟ ଏକାଥରେ ଟିକେଟ୍ ବିକ୍ରି ହେବାର ଥିଲା । ଉଦଘାଟନୀ ସମାରୋହ ପାଇଁ ଟିକେଟ୍ ମୂଲ୍ୟ ୫୦୦ ଟଙ୍କା ରଖାଯାଇଛି । ହକି ପ୍ରେମୀ ଟିକେଟ୍ ବିକ୍ରି ଦାୟିତ୍ବରେ ଥିବା ସଂସ୍ଥା ଟିକେଟ୍ ଜେନିର ୱେବସାଇଟ୍ www.ticketgenie.inକୁ ଯାଇ ଟିକେଟ୍ କିଣି ପାରିବେ ବୋଲି ଆଗରୁ ସୂଚନା ଦିଆଯାଇଥିଲା । ଦର୍ଶକମାନେ ଅନଲାଇନ୍ ଯୋଗେ ଟିକେଟ୍ ବୁକ୍ କରିବାପରେ ୨୨ ତାରିଖରେ କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରିବେ ବୋଲି ଘୋଷଣା କରିଥିଲା ହକି ଇଣ୍ଡିଆ । ମାତ୍ର ଓ୍ବେବସାଇଟ୍ ଖୋଲୁନଥିବାରୁ ଟିକେଟ୍ ବୁକ୍ କରିପାରୁନାହାନ୍ତି ଦର୍ଶକ ।