୧୯ ଫୁଟର ଅହିରାଜ ଉଦ୍ଧାର

0
401

ମୟୂରଭଂଜ: ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଖ ବାଳିଆପାଳ ଗାଁରୁ ଏହି ବିଶାଳକାୟ ଅହିରାଜ ସାପ ଉଦ୍ଧାର କରାଯାଇଛି । ଜଣଙ୍କ ଘର ଭିତରୁ ଉଦ୍ଧାର ହୋଇଥିବା ଅହିରାଜ ସାପର ଲମ୍ବ ୧୯ ଫୁଟ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ବାଳିଆପାଳ ଗାଁର ପରିବାର ଲୋକେ ଏହି ବିଶାଳକାୟ ଅହିରାଜକୁ ଦେଖିଥିଲେ । ଘର ଭିତରେ ଅହିରାଜ ସାପକୁ ଦେଖି ପରିବାର ଲୋକେ ଆତଙ୍କିତ ହୋଇପଡିଥିଲେ । ତୁରନ୍ତ ଗାଁ ଲୋକେ ସାପ ଧରାଳିକୁ ଖବର ଦେଇଥିଲେ । ଖବର ପାଇ ସାପ ଧରାଳି କୃଷ୍ଣଚନ୍ଦ୍ର ଗୋଚ୍ଛାୟତ ପହଂଚି ଘର ଭିତରୁ ୧୯ ଫୁଟର ଅହିରାଜ ସାପକୁ ଉଦ୍ଧାର କରିଥିଲେ ।