୬ ବର୍ଷ ପରେ ଏକାଠି ନଜର ଆସିବେ ବାବୁସାନ୍‌-ଅର୍ଚ୍ଚିତା

0
376

ଭୁବନେଶ୍ୱର: ଓଲିଉଡର ଅଭିନେତା ବାବୁସାନ୍‌ ଓ ଚୁଲବୁଲି ନାୟିକା ଅର୍ଚ୍ଚିତା ୬ ବର୍ଷ ପରେ ଏକ ସିନେମାରେ ଏକାଠି ନଜର ଆସିବେ । ଏହି ସିନେମାର ଟାଇଟଲ ହେଲା ‘ଅଜବ ସଂଜୁର ଗଜବ ଲଭ୍‌’ । ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଅଶୋକ ପତି। ମୁଖ୍ୟ ଭୂମିକାରେ ନଜର ଆସିବେ ମିହିର ଦାସ,ଅପରାଜିତା ମହାନ୍ତି,ଅସିତ ପତି,ଜୀବନ ପଣ୍ଡା,କୁନାଲା ନୀର ,ବବି ମିଶ୍ର । ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଏହି ସିନେମା ନୂଆ ବର୍ଷରେ ରିଲିଜ ହେବବୋଲି ଜଣା ପଡିଛି।