୬ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ୧ ଗିରଫ

0
392
arrest

କଟକ: କଟକ ସହରରେ ଚଳନ୍ତା ଅଟୋରେ ବିକ୍ରି ହେଉଛି ବାଙ୍ଗଲାଦେଶୀ ବ୍ରାଉନ୍‌ସୁଗାର। ଗରାଖମାନେ ଅଟୋରେ ଯାତ୍ରୀଙ୍କ ପରି ବସି ଅଟୋ ଡ୍ରାଇଭର‌୍‌ଙ୍କ ନିକଟରୁ ବ୍ରାଉନ୍‌ସୁଗାର କିଣୁଛନ୍ତି। ଏଭଳି ନୂଆ କୌଶଳ ବାବଦରେ ସାମାନ୍ୟତମ ସୂଚନା ମିଳୁନଥିବା ବେଳେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଜଣେ ଅଟୋ ଚାଳକ ଆଜି ଗିରଫ ହୋଇଛି। ଅଭିଯୁକ୍ତ ଜଣକ ଜଗତପୁର ବୋଲି ଜଣା ପଡିଛି। ପୁଲିସ ଅଟୋରୁ ୬୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଛି। ଜବତ ବ୍ରାଉନ୍‌ସୁଗାର ଦାମ ୬ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ଆକଳନ କରୁଛି।