ସର୍ଟସର୍କିଟ୍‌ରେ ୧୦ ବଖରା ଘର ପୋଡ଼ି ପାଉଁଶ

0
135
10 houses burnt at kamakshyanagar at dhenkanal district

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଦିଘି ପଞ୍ଚାୟତର କେନ୍ଦୁଢ଼ିପ ଗାଁରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ୧୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଗୁରୁବାର ଭୋର ସମୟରେ ଗାଁର ନୃସିଂହ ନାୟକଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେ ନିଆଁ ଅନ୍ୟମାନଙ୍କ ଘରକୁ ବ୍ୟାପି ଯାଇଥିଲା। ନିଆଁ ଏତେ ଜୋରରେ ବ୍ୟାପି ଥିଲା ଯେ ଲୋକେ ସେମାନଙ୍କର ପିନ୍ଧା ବସ୍ତ୍ରକୁ ଛାଡ଼ି ଦେଲେ ଘରୁ ଆଉ କିଛି ସୁରକ୍ଷିତ କାଢ଼ି ପାରିଲେ ନାହିଁ। ଘରେ ବ୍ୟବହୃତ ହେଉଥିବା ଆସବାବ ପତ୍ର ସମେତ ଖାଦ୍ୟ ପଦାର୍ଥ ମଧ୍ୟ ପୋଡି ପାଉଁଶ ହୋଇ ଯାଇଥିଲା। ଏହି ଅଗ୍ନିକାଣ୍ଡ ବିଦ୍ୟୁତ୍ ସର୍ଟସର୍କିଟ୍‌ରୁ ଘଟିଥିବା ଜଣାପଡ଼ିଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣ ପଡିଛି। କ୍ଷତିଗ୍ରସ୍ତ ପରିବାର ଗୁଡ଼ିକ ସରକାରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବା ନିମନ୍ତେ ଦାବିକରିଛନ୍ତି।