ଅକ୍ସମତ ବିଦ୍ୟୁତ୍ ତାର ଛିଡ଼ି ୧୦ ଆହତ |

0
154

ଗଞ୍ଜାମ: କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ଆଳି ଗାଁରେ ଆଜି ସକାଳେ ଏକ ପୋଖରୀ ରେ ବିଦ୍ୟୁତ୍ ତାର ଛିଡ଼ି ପଡ଼ିଯିବାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ବି ଅଛନ୍ତି।

ଆହତମାନଙ୍କୁ ଆସିକା ଓ କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗାଁରେ ଥିବା ଝୋଲରି ପୋଖରୀରେ ଲୋକେ ଗାଧୋଉଥିବା ବେଳେ ଏକ ବିଦ୍ୟୁତ୍‌ ତାର ଛିଡ଼ି ପଡ଼ି ପାଣିରେ ପଡ଼ି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା।