ଗଛରେ ପିଟିଲା ଟାଟା ମ୍ୟାଜିକ: ୧୨ ଆହତ

0
119

ମୁନିଗୁଡା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଧୋବାଗୁଡ଼ାରେ ଶନିବାର ବିଳମ୍ବିତ ରାତିରେ ଏକ ଟାଟା ମ୍ୟାଜିକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ପିଟି ହୋଇଛି। ଏଥିରେ ଡ୍ରାଇଭର ସହ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ବିଷମକଟକ ରାଖ୍‌କୋଲା ଗାଁର ବୋଲି ଜଣାପଡିଛି। ସମସ୍ତେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିକୁ ଏକ କାର୍ଯ୍ୟକ୍ରମରେ ଯୋଗ ସେମାନେ ଗାଁକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେପଟେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଠାଇଥିବା ବେଳେ ସେଥି ମଧ୍ୟରୁ ଡ୍ରାଇଭର ଓ ଅନ୍ୟ ଜଣେ ଯାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।