160 କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

0
203
chif misister 160 kor

ରାଉରକେଲା: ରବିବାର ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହକିର ଉଦଘାଟନ କରିବା ପରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଉଦିତନଗର ପଡ଼ିଆରେ 160 କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କରିବେ । ସେହିପରି ବିର୍ସାମୁଣ୍ଡା ଷ୍ଟାଡିୟମର ଉନ୍ନତିକରଣ ପାଇଁ ପାଖାପାଖି 80 କୋଟି ଟଙ୍କା ବ୍ୟୟ କରାଯାଇଛି । ଉଦିତନଗରରୁ ପାନପୋଷକୁ ଥିବା ସ୍ମାର୍ଟରୋଡ଼ ପାଇଁ 22 କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବାବେଳେ ସହରର ଆଲୋକୀକରଣ ପାଇଁ ଲାଗିଥିବା 12 ହଜାର ଏଲଇଡି ଲାଇଟକୁ ମଧ୍ୟ ଲୋକାର୍ପଣ କରିବେ ।
ତେବେ ଆୟୋଜିତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହରର ପୂର୍ବତନ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଅଣ୍ଟା ଭିଡିଛନ୍ତି । ଏଥିରେ ଦଳର ବହୁ ସଂଖ୍ୟାର କର୍ମକର୍ତ୍ତା ଯୋଗ ଦେବାର ସୂଚନା ରହିଛି । କାର୍ଯ୍ୟକ୍ରମ ଶେଷରେ ମୁଖ୍ୟମନ୍ତ୍ରୀ ଏୟାରପୋର୍ଟରୁ ଭୁବନେଶ୍ବରକୁ ପ୍ରତ୍ୟାବର୍ତ୍ତନ କରିବେ ।