ମଝି ଆକାଶରେ ୨ ଇଣ୍ଡିଗୋ ମୁହାଁ ମୁହିଁ

0
113
2 IndiGo Planes In Near-Miss Over India-Bangladesh

ଦିଲ୍ଲୀ: ଭାରତ ଓ ବାଂଲାଦେଶ ସୀମାନ୍ତ ଅନ୍ତର୍ଗତ ଦୁଇଟି ଇଣ୍ଡିଗୋ ବିମାନ ମଝି ଆକାଶରେ ପରସ୍ପର ସହ ହେବାକୁ ଯାଉଥିବା ଧକ୍କାକୁ ଏଡ଼ାଇ ପାରିଛନ୍ତି ବୋଲି ଏୟାର୍‌ପୋର୍ଟ ଅଥୋରିଟି ଅଫ୍‌ ଇଣ୍ଡିଆର ଅଧିକାରୀଙ୍କଠୁ ପ୍ରକାଶ ପାଇଛି। ସମ୍ଭାବ୍ୟ ଧକ୍କାଟିର ମାତ୍ର ୪୫ ସେକେଣ୍ଡ୍‌ ପୂର୍ବରୁ ହିଁ କୋଲକାତାର ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ନିର୍ଦ୍ଦେଶ ଦ୍ୱାରା ଉକ୍ତ ଦୁର୍ଘଟଣାକୁ ଏଡାଇ ଯାଇ ପାରିଥିଲା। ବୁଧବାର ଅପରାହ୍ନ ୫ଟା୧୦ରେ ଭାରତ ବାଂଲାଦେଶ ସୀମାରେ ବିମାନ ଦୁଇଟି ମଧ୍ୟରେ ଦୂରତା କମି ଯାଇଥିଲା।ଏହାପରେ ଚେନ୍ନାଇ-ଗୌହାଟି ବିମାନକୁ ଦିଗ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗୋଟିଏ ବିମାନ ଚେନ୍ନାଇରୁ ଗୌହାଟି ଯାଉଥିବାବେଳେ ଅନ୍ୟଟି ଗୌହାଟିରୁ କୋଲକତା ଆସୁଥିବା ଇଣ୍ଡିଗୋ ଏୟାର ଲାଇନ୍ସ୍‌ ପକ୍ଷରୁ ସୂଚନା ଦିଆଯାଇଛି।