ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ: ୩ ମୃତ

0
102

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ୟାସ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ମା’ ଓ ପୁଅ,ଝିଅ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚମ୍ପା ମେହେର (୪୨), ଝିଅ ସୁନିତା (୮) , ପୁଅ ଅମିତ(୫)। ସୂଚନା ଅନୁଯାୟୀ, ଚମ୍ପା ମେହେର ଆଜି ସକାଳେ ରୋଷେଇ କରୁଥିଲେ। ଏହି ସମୟରେ ଗ୍ୟାସ୍‌ ସିଲିଣ୍ଡରଟି ଫାଟି ଯାଇ ବିସ୍ଫୋରଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲା।