କେରଳରେ ବନ୍ୟା ; ଗମ୍ଭୀର ପରିସ୍ଥିତି, ୩୩୮ ଜଣ ମୃତ୍ୟୁ

0
166

କେରଳ ୧୬/୮ : ଭୀଷଣ ବର୍ଷା ଯୋଗୁଁ କେରଳରେ ୧୪ ଟି ଜିଲ୍ଲା ପ୍ରଭାବିତ ହୋଇଛି | ପ୍ରାୟ ଦେଢ଼ ଲକ୍ଷ ଲୋକେ ବର୍ଷାରେ ପ୍ରଭାବିତ ହୋଇଛନ୍ତି | ଲାଗାଁଣ ବର୍ଷା ଯୋଗୁଁ ପାଣି ଘେରରେ ଥିବା ୧୪ ଜିଲ୍ଲାବାସୀଙ୍କୁ ଉଦ୍ଧାର କରିଛନ୍ତି ଏନଡିଆରଏଫ ଟିମ | ଅବିଶ୍ରାନ୍ତ ବର୍ଷାରେ ୧୮୭ ଜଣଙ୍କ ଜୀବନ ଯାଇଛି |ବିଭିନ୍ନ ସ୍ଥାନରେ ବନ୍ୟାଜଳ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି | ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାପରେ କେରଳ ପାଇଁ ୫୦୦ କୋଟିର ମଧ୍ୟବର୍ତ୍ତୀକାଳୀନ ସହାୟତା ଘୋଷଣା କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ୨ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପୂର୍ବରୁ କେରଳ ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ୧୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଥିଲେ। ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୯,୫୧୨ କୋଟି ଟଙ୍କାର କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି।