୪ ଡାକ୍ତର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜରୁ ଇସ୍ତଫା

0
110
4 doctor resiganation laxman nayak medical college

କୋରାପୁଟ : କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜର ଭେଷଜ ବିଭାଗରେ ଅବ୍ୟବସ୍ଥାକୁ ନେଇ ୪ ଜଣ ଭେଷଜ ବିଶେଷଜ୍ଞ ଡାକ୍ତର ଏକା ସାଙ୍ଗରେ ଇସ୍ତଫା ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ସେମାନେ କଲେଜର ପ୍ରିନ୍ସପାଲ୍‌ ତଥା ଡିନ୍‌ଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ବାଓମେଟ୍ରିକ୍‌ ଉପସ୍ଥାନରେ ଏହି ଚାରି ଡାକ୍ତର ମେଡିକାଲ୍ କଲେଜରେ ଅନୁପସ୍ଥିତ ଥିବା ଦେଖାଇବାରୁ ଡିନ୍‌ ସେମାନଙ୍କ ଦରମା ବନ୍ଦ କରି ଦେଇଥିଲେ। ଏହାକୁ ନେଇ ଡାକ୍ତର ମାନେ ଅଭିଯୋଗ କରିଛନ୍ତି ଯେ,ସେମାନେ ନିୟମିତ ଭାବେ ଡ୍ୟୁଟି କରିଥିଲେ ମଧ୍ୟ ଉଦ୍ଦେଶ୍ୟ ମୂଳକ ଭାବେ ଡିନ୍‌ ସେମାନଙ୍କ ଦରମା ବନ୍ଦ କରି ଦେଇଛନ୍ତି।ସୂଚନା ଯୋଗ୍ୟ,ଏହି ସମସ୍ୟାର ସମାଧାନ ପାଇଁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଚେଷ୍ଟା କରୁଛନ୍ତି।