୪ କୁକୁର ଛୁଆ ଜୀବନ୍ତ ଦଗ୍ଧ : ୩ ମୃତ

0
112
4 doggy burnt in dustbin

ହାଇଦ୍ରାବାଦ୍‌ : ହାଇଦ୍ରାବାଦରେ ଘଟିଛି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା । ଅଳିଆଗଦାରେ ଶାନ୍ତିରେ ଶୋଇଥିବା କିଛି ଲୋକ ୪ଟି କୁକୁର ଛୁଆଙ୍କୁ ଜିଅନ୍ତା ଜାଳି ଦେଇଥିବା ବେଳେ, ଏ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଏହି ଘଟଣା ପରେ ୪ଟି କୁକୁର ମଧ୍ୟରୁ ୩ ଟିର ମୁତ୍ୟୁ ଘଟିଛି। ଅନ୍ୟପକ୍ଷରେ ଅଧା ପୋଡି ହୋଇଯାଇଥିବା କୁକୁର ଛୁଆକୁ ପଶୁ ଡାକ୍ତରଖାନା ନିଆଯାଇ ଚିକିତ୍ସା କରାଯାଉଛି । ସୂଚନା ଅନୁଯାୟୀ ,ଏହି ଘଟଣାଟି ଶନିବାର ଘଟିଥିବା ବେଳେ ପଶୁ କଲ୍ୟାଣ ସଂଗଠନର ଜଣେ ସଦସ୍ୟ ନଭେମ୍ବର ୫ରେ ଏ ନେଇ ପୁଲିସରେ ଅଭିଯୋଗ କରିଥିଲେ। ଏହି ଘଟଣା ପଛରେ କାହାର ହାତ ରହିଛି ସେମାନଙ୍କର ପରିଚୟ ମିଳି ପାରି ନଥିବା ବେଳେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି। ପ୍ରାଥମିକ ତଦନ୍ତରୁ କୌଣସି କାରଣ ନ ଥାଇ ସ୍ଥାନୀୟ ଲୋକମାନେ ଏଭଳି ଅପରାଧ କରିଥିବା ଜାଣିବାକୁ ପାଇଛି ପୁଲିସ। ଯେଉଁଥିପାଇଁ ୩ଜଣ କୁକୁର ଛୁଆଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି । ଅଭିଯୋଗ ହେବା ପରେ ପୁଲିସକୁ ଘଟଣାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଚଳାଇଥିବା ଜଣା ପଡ଼ିଛି ।