ସାବରିମାଳାରେ ବାର୍ଷିକ ଉତ୍ସବ ପାଇଁ ଅନ୍‌ଲାଇନ୍‌ ଟିକେଟ ବୁକିଙ୍ଗ୍‌ ଆରମ୍ଭ

0
116
500 Women aged 10-15, Sing up for Sabarimal visit

ଆଦିଲ୍ଲୀ: ସାବରିମାଳାରେ ବାର୍ଷିକ ଉତ୍ସବ ପାଇଁ ଅନ୍‌ଲାଇନ୍‌ ଟିକେଟ ବୁକିଙ୍ଗ୍‌ ଆରମ୍ଭ ହେବାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ୧୦ ରୁ ୫୦ ବର୍ଷ ବୟସ୍କା ୫୩୯ ଜଣ ମହିଳା ବୁକିଙ୍ଗ୍‌ କରିଛନ୍ତି। ଏହି ବୟସର ମହିଳାମାନେ ମନ୍ଦିରକୁ ପ୍ରବେଶ କରିପାରିବେ ବୋଲି ସୁପ୍ରିମ୍‌ କୋର୍ଟ ଐତିହାସିକ ରାୟ ପରେ ପୁଣି ନଭେମ୍ବର ୧୬ ତାରିଖରେ ମନ୍ଦିର ଖୋଲିଲେ ଏବଂ ଆନ୍ଦୋଳନ କାରୀମାନେ ମହିଳାମାନଙ୍କ ପ୍ରବେଶକୁ ବିରୋଧ କରିବା ଆଶା କରଯାଉଛି। ଦର୍ଶନ ପାଇଁ ୩. ୫ ଲକ୍ଷ ଲୋକ ପଞ୍ଜିକରଣ କରିଛନ୍ତି। ଯାତ୍ରୀମାନଙ୍କ ଯାତାୟତ ପାଇଁ ସାବରିମାଲାକୁ ଆସୁଥିବା ସବୁ ଯାନବାହନ ବାହାରିବାସ୍ଥଳରୁ ପୁଲିସ ଅନୁମତି ଆଣିବେ। ଗତ ଅକ୍ଟୋବର ମାସରେ ମନ୍ଦିର ୬ ଦିନ ଏବଂ ନଭେମ୍ବରରେ ୨ ଦିନ ମନ୍ଦିର ଖୋଲିଥିଲା। ଏହି ସମୟ ମଧ୍ୟରେ ୧୦ ରୁ ୫୦ ବର୍ଷ ବୟସ୍କା କେତେକ ମହିଳା ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରି ସଂଗଠନଗୁଡ଼ିକର ପ୍ରତିବାଦ ଯୋଗୁଁ ବିଫଳ ହେବା ପରେ ପୁଲିସ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତିର ସମ୍ମୁଖୀନ ହୋଇଥିଲା।