ଅନ୍ତିମ ସଂସ୍କାର ପୂର୍ବରୁ ଜୀବିତ ହୋଇ ଉଠିଲେ ଜଣେ ୯୫ବର୍ଷୀୟ ବୃଦ୍ଧ

0
156
An 95-year-old ‘dead man’ comes alive during last rites

ଜୟପୁର: ରାଜସ୍ଥାନ ଝୁନ୍‌ଝୁନ୍‌ ଅଞ୍ଚଳରେ ଶନିବାର ଏକ ଚାଞ୍ଚଲ୍ୟ ସୃଷ୍ଟିକାରୀ ଘଟଣା ଘଟିଯାଇଛି। ଜଣେ ବୃଦ୍ଧ ନିଜର ଅନ୍ତିମ ସଂସ୍କାର ପୂର୍ବରୁ ଜୀବନ୍ତ ହୋଇ ଉଠିଛନ୍ତି। ସୂଚନାଯୋଗ୍ୟ, ଭକ୍ତାବାଲାର ଧାନିରେ ବସବାସ କରୁଥିବା ୯୫ବର୍ଷୀୟ ବୃଦ୍ଧ ରାମ ଗୁଜ୍ଜର ନିଘୋଡ ନିଦ୍ରାରେ ଶୋଇଥିବା କାରଣରୁ ଘରଲୋକେ ତାଙ୍କୁ ଯେତେ ଉଠେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଉଠି ନଥିଲେ। ଶେଷରେ ବୃଦ୍ଧଙ୍କୁ ଡାକ୍ତରଖାନା ନେବାରୁ ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରି ଦେଇଥିଲେ। ଏହାପରେ ବୃଦ୍ଧଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ସରିଥିଲା, ମୁଖାଗ୍ନି ଦେବାକୁ ଆଉ କିଛି ସମୟ ବାକି ଥିବା ବେଳେ ଏମିତି ଏକ ଘଟଣା ଘଟିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରଖି ଦେଇଥିଲା। ଯେତେବେଳେ ବୃଦ୍ଧଙ୍କୁ ନୂଆ ବସ୍ତ୍ର ପିନ୍ଧାଇବା ପାଇଁ ଥଣ୍ଡା ପାଣିରେ ଗାଧୁଆ ଯାଇଥିଲା ତାଙ୍କ ଶରୀର ଥଣ୍ଡାରେ କମ୍ପି ଉଠିଥିଲା। ତାଙ୍କ ନିଶ୍ୱାସ ପ୍ରଶ୍ୱାସ ତୀବ୍ର ହେବାରେ ଲାଗିଥିଲା। ବୃଦ୍ଧ ମୃତ୍ୟୁମୁଖରୁ ଫେରି ଆସିଥିବା ଦେଖି ପରିବାର ଲୋକଙ୍କ ମଧ୍ୟରେ ଖୁସିରେ ଲହଡି ଖେଳି ଯାଇଥିଲା। ବୃଦ୍ଧ ଏହି ଘଟଣାକୁ ନେଇ କହନ୍ତି, ତାଙ୍କ ପିଠିରେ ପ୍ରବଳ ଯନ୍ତ୍ରଣା ଅନୁଭୂତ ହୋଇଥିବାରୁ ସେ ପାଓ୍ଵରଫୁଲ ମେଡିସିନ୍‌ ଖାାଇ ଶୋଇ ପଡ଼ିଥିଲେ। ତେଣୁ ଏସବୁ କ’ଣ ଘଟି ଯାଇଛି ସେ କିଛି ଜାଣନ୍ତି ନାହିଁ ବୋଲି କହିଥିଲେ।