ଏଭଳି ଜେଲ ଯାହା ଫାଇଭ୍‌ ଷ୍ଟାର ହୋଟେଲଠାରୁ କମ୍‌ ନୁହେଁ

0
166

ଜେଲ ନାଁ ଶୁଣିଲା ମାତ୍ରେ ସମସ୍ତଙ୍କ ମନରେ ଆସେ ଏକ ଅଜଣା ଭୟ। ଆଖିଆଗକୁ ଆସିଯାଏ ସେ ଅନ୍ଧାରୁଆ କୋଠରୀ, ଅପରିଷ୍କାର ଚଟାଣ, ଚାରିପଟ ଘେରା ଏକ ବିରାଟ ପାଚେରି ଏବଂ ଏହା ଭିତରେ କଏଦୀମାନଙ୍କ ବନ୍ଦି ଜୀବନର ଅସହାୟତାର ଦୃଶ୍ୟ। ପ୍ରତି ବନ୍ଦୀମାନଙ୍କୁ ଏଠାରେ କଟକଣାର ସହ ରହିବାକୁ ପଡିଥାଏ। କିନ୍ତୁ ଅଷ୍ଟ୍ରିୟାରେ ରହିଛି ଏଭଳି ଏକ ଜେଲ ଯାହା କୌଣସି ଫାଇଭ୍‌ ଷ୍ଟାର ହୋଟେଲଠାରୁ କମ୍‌ ନୁହେଁ। ବିଳାସପୂର୍ଣ୍ଣ ଜୀବନ ଅତିବାହିତ କାରିଥାଆନ୍ତି ଏଠାରେ ବନ୍ଦୀମାନେ, ଯାହାର ନାମ ହେଉଛି ଜଷ୍ଟିସ୍‌ ସେଣ୍ଟର ଲିୟୋବେନ୍‌। ଏଠାରେ ଏକକାଳୀନ ୨୦୫ କଏଦୀଙ୍କ ରହଣି ବ୍ୟବସ୍ଥା ରହିଛି। ଏଠାରେ ସେହି କଏଦୀମାନେ ରୁହଁନ୍ତି ଯେଉଁମାନେ ଛୋଟମୋଟ ଅପରାଧରେ ଦଣ୍ଡିତ ହୋଇଥାନ୍ତି ବା ଯେଉଁ କଏଦୀମାନେ କୋର୍ଟର କଟକଣା ହେତୁ ଜେଲ ବାହାରେ ରହିପାରନ୍ତି ନାହିଁ। ଜେଲ ମଧ୍ୟରେ କଏଦୀଙ୍କ ନିମିତ୍ତ ଏକ ବଡ ଲିଭିଙ୍ଗ୍‌ ରୁମ୍‌, କିଚେନ୍‌, ପର୍ସନାଲ ବାଥ୍‌ରୁମ୍‌ ସମେତ ଜିମ୍‌, ଇଣ୍ଡୋର ଗେମ୍‌ ଏବଂ ସ୍ପା ଭଳି ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି।