ହାଇୱାକୁ ଧକ୍କା ଦେଲା ମାଲ୍‌ବାହୀ ଟ୍ରେନ୍

0
119

ଝାରସୁଗୁଡ଼ା ଜିଲ୍ଲା ରାଜପୁର ଠାରେ ଏକ ମାଲ୍‌ବାହୀ ଟ୍ରେନ୍‌ ଏକ ହାଇୱାକୁ ଧକ୍କା ଦେବା ଫଳରେ ଟ୍ରେନ୍‌ର ଗୋଟିଏ ବଗି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ହାଇୱାଟିର ବ୍ରେକ୍‌ ଡାଉନ୍‌ ହୋଇଯିବାରୁ ରେଳ ଧାରଣାରେ ଫସି ଯାଇଥିଲା। ଏତିକିବେଳେ ଏକ ମାଲ୍‌ବାହୀ ଟ୍ରେନ୍‌ ଆସି ଏହାକୁ ଧକ୍କା ଦେଇଥିଲା।

ଜଗୁଆଳି ବିହୀନ ରେଳ କ୍ରସିଂ ପାଇଁ ଏପରି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି।

ଏହି ରେଳ ଲାଇନ୍‌ରେ କେବଳ ମାଲ୍‌ବାହୀ ଟ୍ରେନ୍ ଚଳାଚଳ କରେ।