ପୁଣି ଗଞ୍ଜାମରେ ଲଜ୍ୟା: ନାବାଳିକାକୁ ଗଣଦୁଷ୍କର୍ମ

0
114

ଗଞ୍ଜାମ: ବୁଧବାର ରାତିରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ ଅନ୍ତର୍ଗତ ବାଲିସାହି ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, କାଲି ରାତିରେ ତିନି ଜଣ ଦୁର୍ବୃତ୍ତ ଚୋରି କରିବା ପାଇଁ ବାଲିସାହି ଫାଣ୍ଡି ଅଞ୍ଚଳରେ ଜଣଙ୍କ ଘର ଭିତରେ ପଶିଥିଲେ। ଚୋରି କରିବା ପରେ ଘର ଭିତରେ ସୋଇଥିବା ନାବାଳିକାକୁ ଟେକି ନେଇ ଗଣଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ଝିଅକୁ ଉଦ୍ଧାର କରି ପ୍ରଥମେ ଆସ୍କା ମେଡିକାଲ ନେଇଥିଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ।