୪ ଆତଙ୍କବାଦୀଙ୍କ କାର୍‌ ଅପହରଣକୁ ନେଇ ଜାମ୍ମୁ କଶ୍ମୀରରେ ହାଇ ଆଲର୍ଟ ଜାରି

0
101
alert-in-punjab-after-four-armed-persons-looted-car-at-pathankot

ଶ୍ରୀନଗର: ପଞ୍ଜାବର ପଠାନକୋଟ ଜିଲ୍ଲା ସ୍ଥିତ ମାଧପୁର ଅଞ୍ଚଳରେ ପୁଣି ମାଓ ଆତଙ୍କ ଦେଖାଯାଇଛି। ବୁଧବାର ସନ୍ଧ୍ୟାରେ ୪ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ବନ୍ଧୁକ ଦେଖାଇ ଜଣେ ଟାକ୍ସି ଡ୍ରାଇଭରଙ୍କଠାରୁ କାର୍‌ ଅପହରଣ କରିନେଇଛନ୍ତି। କୌଣସି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ନେଇ ସନ୍ଦେହ କରାଯାଉଛି। ଏଥି ନିମନ୍ତେ ପଞ୍ଜାବ ଏବଂ ଜାମ୍ମୁ କଶ୍ମୀରରେ ହାଇ ଆଲର୍ଟ ଜାରି ହୋଇଛି। ସୂଚନାଯୋଗ୍ୟ,ସନ୍ଦିଗ୍ଧ ୪ ଆତଙ୍କବାଦୀ ଜାମ୍ମୁ ରେଳ ଷ୍ଟେସନ୍‌ରୁ ‌ଜେକେ୦୨ଏଡବ୍ଲ୍ୟୁ-୦୯୨୨ ନମ୍ବର ଥିବା ଏକ ଇନୋଭା ଟାକ୍ସି ଭଡ଼ାରେ ଆଣି ଗାଡ଼ିଟି ମେଜର ସର୍ବଜିତ୍‌ ସିଂହଙ୍କ ନାମରେ ବୁକ୍‌ କରିଥିଲେ ଏବଂ ଏଥିପାଇଁ ୩,୫୫୦ ଟଙ୍କା ଆଡଭାନ୍ସ ଦେଇ ପଠାନକୋଟ୍‌ ଅଭିମୁଖେ ଯାତ୍ରା କରିଥିଲେ। ଏହାପରେ ମାଧପୁର ନିକଟରେ ପହଞ୍ଚିବାପରେ ଗାଡ଼ି ଡ୍ରାଇଭରଙ୍କୁ ମାରିଦେବା ଧମକ ଦେଇ ଡ୍ରାଇଭରଙ୍କୁ ବାଟରେ ଓହ୍ଲାଇ କାର ନେଇ ଫେରାର ହୋଇଯାଇଥିଲେ। ପରେ ଡ୍ରାଇଭର ଜଣକ ନିକଟସ୍ଥ ପୁଲିସ ପୋଷ୍ଟ୍‌ରେ ପହଞ୍ଚି ସବୁ କଥା ଜଣାଇଲା ପରେ ଏବେ ଗାଡ଼ିକୁ ଖୋଜିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି।