ଆମୀରଙ୍କ ଅବଶୋଷ

0
135
Amir wants to work with Shridevi

ମୁମ୍ବାଇ: ଆମୀର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ୍‌’ ଆଜିହିଁ ରିଲିଜ୍‌ ହେଉଥିବା ବେଳେ ସେଥିପାଇଁ ସେ ଏବେ ଏହି ଫିଲ୍ମର ପ୍ରମୋଶନ୍‌ରେ ବ୍ୟସ୍ତ ଅଛନ୍ତି। କିଛିଦିନ ‘ଆଜ୍‌ତକ୍‌’କୁ ଦେଇଥିବା ସାକ୍ଷାତକାରରେ ଆମୀର ନିଜ ଫିଲ୍ମର ପ୍ରମୋଟ୍‌ କରିବା ସହ ଏକ ପ୍ରଶ୍ନର ଉତ୍ତରରେ ଆମୀର କହିଥିଲେ, ‘‘ମୋର ସବୁବେଳେ ଇଚ୍ଛା ଥିଲା କି ମୁଁ ମୋର ଦୁଇ ପସନ୍ଦର କଳାକାରଙ୍କ ସହ କାମ କରେ। ଏଥିରୁ ଜଣେ ହେଉଛନ୍ତି, ଅମିତାଭ୍‌ ବଚ୍ଚନ ଏବଂ ଶ୍ରୀଦେବୀ। ଅମିତାଭ୍‌ ବଚ୍ଚନଙ୍କ ସହ କାମ କରିବାର ସ୍ୱପ୍ନ ମୋର ପୂରା ହୋଇଛି, କିନ୍ତୁ ମୋ’ର ଅବଶୋଷ ଯେ, ଶ୍ରୀଦେବୀଙ୍କ ସହ କାମ କରିପାରିଲି ନାହିଁ। ଶ୍ରୀଦେବୀଙ୍କ ସହ କାମ କରିବା ପାଇଁ ମୋତେ କେବେ ସୁଯୋଗ ମଧ୍ୟ ମିଳିଲା ନାହିଁ। ଜୀବନ ସାରା ଏହି କଥାକୁ ନେଇ ମୋ’କ ଅବଶୋଷ ରହିବ।