ଅମିତାଭଙ୍କୁ ଆସିଛି ଲିଗାଲ୍‌ ନୋଟିସ୍‌

0
99
Amitabh warned by delhi bar association

ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କୁ ଆସିଛି ଲିଗାଲ୍‌ ନୋଟିସ୍‌। ଏକ ବିଜ୍ଞାପନରେ ଓକିଲ ଭଳି ବେଶଭୂଷା ହେବାକୁ ନେଇ ଲିଗାଲ୍‌ ନୋଟିସ୍‌ ଏହାଛଡା ଅମିତାଭ ପ୍ରତିନିଧିତ୍ୱ କରିଥିବା ମସଲା କମ୍ପାନୀ, ୟୁଟ୍ୟୁବ୍‌ ଏବଂ ବିଜ୍ଞାପନ ପ୍ରସାରିତ ହୋଇଥିବା ଏକ ଗଣମାଧ୍ୟମ ସଂସ୍ଥାକୁ ମଧ୍ୟ ଦିଲ୍ଲୀ ବାର୍‌ କାଉନ୍‌ସିଲ୍‌ ନୋଟିସ୍‌ ପଠାଇବାସହ ବିନା ଅନୁମତିରେ ଏପରି ପ୍ରସାରଣ କରିଥିବାରୁ ସମସ୍ତ ପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନୋଟିସ୍‌ରେ କୁହାଯାଇଛି, “ ଏହି ବିଜ୍ଞାପନର ପ୍ରସାରଣ ତୁରନ୍ତ ବନ୍ଦ କରିବାସହ ବାର କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ ଏବଂ ଅନ୍ୟ ରାଜ୍ୟର ବାର୍ କାଉନ୍‌ସିଲ୍‌କୁ ଲେଖିକରି ଦିଅନ୍ତୁ ଯେ, ପୁନର୍ବାର ଏଭଳି ଓକିଲ ପୋଷାକ ପିନ୍ଧି ବିଜ୍ଞାପନ କରିବେନାହିଁ।”ଏହି ବିଜ୍ଞାପନ ପ୍ରସାରଣ ବନ୍ଦ କରିବା ପାଇଁ ୧୦ ଦିନର ମହଲତ ମଧ୍ୟ ଦିଆଯାଇଛି। ଏହା ପରେ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାପୂର୍ବରୁ ଝିଅ ଶ୍ୱେତା ବଚ୍ଚନଙ୍କ ସହିତ ଏକ ଗହଣା ବିଜ୍ଞାପନରେ ଆସିଥିଲେ, ତାକୁ ନେଇ ମଧ୍ୟ ବିବାଦ ହୋଇଥିଲା।