ଅଷ୍ଟ୍ରେଲିଆରେ ରହିଛି ଏଭଳି ଏକ ହସ୍ପିଟାଲ

0
172
an-unique-hospital-in-australia

ହସ୍ପିଟାଲ ଥାଏ ବିଶେଷ କରି ପ୍ରାଣୀ ମାନଙ୍କ ଚିକିତ୍ସା ନିମିତ୍ତ। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଅଷ୍ଟ୍ରେଲିଆରେ ରହିଛି ଏଭଳି ଏକ ହସ୍ପିଟାଲ ଯେଉଁଠାରେ ବାଦୁଡ଼ିଙ୍କୁ ଛୋଟ ମଣିଷ ଶିଶୁଭଳି ଟାୱେଲରେ ଗୁଡ଼ାଇ ଫିଡ଼ିଂ ବୋତଲରେ ଖାଦ୍ୟ ଦିଆଯାଇ ଚିକିତ୍ସା କରାଯାଏ। ଉକ୍ତ ହସ୍ପିଟାଲଟି ସ୍ଥାନୀୟ ଏଥର୍ଟନ ସହରରେ ଥିବା ଟୋଲ୍‌ଗୋ ୱେଷ୍ଟ୍‌ ହସ୍ପିଟାଲ ନାମରେ ନାମିତ। ବାଦୁଡ଼ି ମାନଙ୍କର କ୍ରମଶଃ ବଂଶ ଲୋପ ପାଇଯାଉଥିବା କାରଣରୁ ଏମାନଙ୍କ ବଂଶକୁ ବଞ୍ଚାଇ ରଖିବା ନିମିତ୍ତ ଏଭଳି ପ୍ରୟାସ କରାଯାଉଛି ବୋଲି ସୂଚନା ମିଳିଛି। ଏଠାରେ ଶୀତଋତୁରେ ଅଧିକ ସଂଖ୍ୟକ ବାଦୁଡ଼ିଙ୍କର ଚିକିତ୍ସା କରାଯାଇଥାଏ।