ଆଗକୁ ନୌସେନାରେ ନିଯୁକ୍ତି ହେବେ ମହିଳା ନାବିକ

0
94
appointment of female navy captain in Navy

ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରାମନ୍‌ ଶୁକ୍ରବାର ତାଙ୍କ ଉଦ୍‌ଘାଟନୀ ଭାଷଣରେ ନୌସେନାରେ ଅଧିକ ସଂଖ୍ୟାରେ ମହିଳା କ୍ୟାଡର ଭାବେ ନିଯୁକ୍ତି ପାଇଁ ପ୍ରସ୍ତାବ ଦେଇଛନ୍ତି। ମହିଳାମାନେ ନୌସେନାରେ ‘ସି-ଗୋଇଙ୍ଗ୍‌ କ୍ୟାଡର’ ଭାବରେ ନିଯୁକ୍ତି ହେବେ। ନୌସେନା ମୁଖ୍ୟ ସୁନୀଲ ଲାନ୍‌ବାଙ୍କ କହିବାନୁଯାୟୀ, ନିକଟ ଭବିଷ୍ୟତରେ ସମୁଦ୍ରଯାତ୍ରା-କ୍ୟାଡର ଭାବେ ମହିଳାଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦିଆଯିବ। ବର୍ତ୍ତମାନ ସୁଦ୍ଧା କୌଣସି ନୌସେନା ମହିଳାଙ୍କୁ ସମୁଦ୍ର ଯାତ୍ରା ଲାଗି ଅନୁମତି ଦିଆଯାଇ ନଥିବା ବେଳେ ସେମାନଙ୍କୁ ବିଭିନ୍ନ ପର୍ଯ୍ୟବେକ୍ଷଣ କାର୍ଯ୍ୟରେ ମୁତୟନ କରାଯାଇଛି। ଏବେ ଯାଏ ନୌସେନାରେ ୬୩୯ ମହିଳା ନିଯୁକ୍ତି ପାଇଥିବା ବେଳେ ତନ୍ମଧ୍ୟରେ ୧୪୮ ମେଡିକାଲ ଅଫିସର ଏବଂ ୨ଜଣ ଡେଣ୍ଟାଲ ଅଫିସର ଏବଂ ମହିଳା ଅଫିସରଙ୍କୁ ଶିକ୍ଷା, ଆଇନ ଏବଂ ନୌସେନା ନିର୍ମାଣ ବିଭାଗରେ ନିୟୋଜିତ କରାଯାଇଛି।