ପୁଣି ଜାମ୍ମୁ-କାଶ୍ମୀରରେ ମାଓବାଦୀଙ୍କ ଏନକାଉଣ୍ଟର: ବିଜେପି ନେତା ଓ ତାଙ୍କ ଭାଇଙ୍କୁ ହତ୍ୟା

0
102

ଶ୍ରୀନଗର : ଜାମ୍ମୁ-କାଶ୍ମୀରର ରାଜ୍ୟ ବିଜେପି ସମ୍ପାଦକ ଅନିଲ୍ ପରିହାର ଓ ତାଙ୍କ ଭାଇ ଅଜିତ ପରିହାରଙ୍କୁ ଗୁରୁବାର ସନ୍ଧ୍ୟାରେ ଆତଙ୍କ ବାଦୀମାନେ ହତ୍ୟା କରିଛନ୍ତି । ପୁଲିସ୍ ସୂତ୍ରରୁ ପ୍ରକାଶ କିସ୍ତିୱାର ସହରର ଥିବା ନିଜର ଦୋକାନ ବନ୍ଦ କରି ଦୁଇ ଭାଇ ଘରକୁ ଫେରୁଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ କିସ୍ତୱାର ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସହରରେ ତୀବ୍ର ପ୍ରତିକ୍ରିୟା ଦେଖାଯିବା ସହ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୂଚନା ଯୋଗ୍ୟ, ରାଜ୍ୟ ବିଜେପି ମୁଖପାତ୍ର ଅଲତାଫ ଠାକୁର ଦୁଇ ଭାଇଙ୍କ ହତ୍ୟା ସଂପର୍କରେ ସ୍ପଷ୍ଟ କରିଛନ୍ତି ଓ ପ୍ରତିଷେଧକ ମୂଳକ ପଦକ୍ଷେପ ପାଇଁ ସହରରେ କର୍ଫ୍ୟୁ ଜାରି କରାଯାଇଛି ।