ପଦଯାତ୍ରାରେ ସାମିଲ ନହେବାରୁ ଟାଙ୍ଗିଆରେ ଆକ୍ରମଣ

0
135
attack in axe

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ ଗାଁର ପଦଯାତ୍ରାରେ ସାମିଲ ନହେବାରୁ ଗାଁର ଦୁଇଟି ପରିବାର ଉପରେ ବିଜେଡି କର୍ମୀ ଟାଙ୍ଗିଆରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାଇ, ତିନିଦିନ ପୂର୍ବେ ଶଙ୍ଖେଇ ଗାଁରେ ଅରୁଣ ସାହୁଙ୍କ ନେତୃତ୍ୱରେ ଏକ ପଦଯାତ୍ରା ହୋଇଥିଲା। ଏଥିରେ ସାମିଲ ହେବାକୁ ଏହି ଦୁଇ ପରିବାରଙ୍କୁ କୁହାଯାଇଥିଲା। ହେଲେ ଏମାନେ ପଦଯାତ୍ରାରେ ସାମିଲ ହୋଇ ନଥିଲେ। ପଦଯାତ୍ରାରେ ସାମିଲ ନହେବାରୁ ଗାଁର ଦୁଇଟି ପରିବାର ଉପରେ ବିଜେଡି କର୍ମୀ ଟାଙ୍ଗିଆରେ ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି ଘଟଣାରେ ଆହତ ଦୁଇ ପରିବାରର ୫ ଜଣଙ୍କୁ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।