ତୀର୍ଥଯାତ୍ରୀ ବସ୍‌ ଉପରେ ଆକ୍ରମଣ ୭ ମୃତ ୧୯ ଆହତ

0
132
attack to bus 7 death 19 injured

କାହିରା: ମିଶରରେ ଇସାଇ ସମୁଦାୟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଜାରି ରହିଛି। ଏଥର ଦକ୍ଷିଣ ମିଶରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରେ ଆକ୍ରମଣ ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ହେବା ସହ ୧୯ ଆହତ ହୋଇଛନ୍ତି। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂସ୍ଥା ଆଇଏସ୍‌ ନିଜକୁ ଦାୟୀ କରିଛି। ସୂଚନା ଅନୁଯାୟୀ, ଉକ୍ତ ତିର୍ଥଯାତ୍ରୀ ବସ୍‌ଟି ମିଶରର ରାଜଧାନୀ କାହିରାରେ ଥିବା ଏକ ଧର୍ମସ୍ଥଳରୁୁ ଫେରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ତେବେ ଗତ ବର୍ଷକ ଭିତରେ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣ ମଧ୍ୟରୁ ଏହା ସବୁଠାରୁ ବଡ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।