ଭୁବନେଶ୍ୱର ସ୍ମାର୍ଟ ସିଟି ସାଜିବ ଏକାମ୍ର ପ୍ଲାଜା

0
115

ଭୁବ‌େନଶ୍ବର: ଭୁବନେଶ୍ୱର ଶିଶୁ ଭବନ ଛକ ଠାରେ ପ୍ରବେଶ କରିବା ରାସ୍ତାରେ ନିର୍ମାଣ ହୋଇଛି ଏକାମ୍ର ପ୍ଲାଜା। ଭୁବନରେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ସ୍ମାର୍ଟ ଜନପଥ ଯୋଜନାରେ ଏହି ଏକାମ୍ର ପ୍ଲାଜା ନିର୍ମାଣ ହୋଇଥିବାବେଳେ ମନ୍ଦିମାଳିନୀ ସହର ଭୁବନେଶ୍ୱରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବାକୁ ଯାଉଛି। ମନ୍ଦିରମାଳିନୀ ସହରର ଦୁଇ ପାର୍ଶ୍ବକୁ ଏହି ଏକାମ୍ର ପ୍ଲାଜା ଯୋଡ଼ିବ ବୋଲି କୁହାଯାଉଛି।ଏହି ପ୍ଲାଜା ଖୁବ ଶୀଘ୍ର ଉଦ୍ଘାଟନ ହେବାକୁ ଯାଉଛି । ୫.୮ କିମି ଲମ୍ବ ସ୍ମାର୍ଟ ଜନପଥର ଆରମ୍ଭ ଏହି ଏକାମ୍ର ପ୍ଲାଜାରୁ ହେବ। ଏଠାରେ ଲୋକ ବସିବା ସହ କିଛି ସମୟ ବିତାଇ ପାରିବେ। ପୂରା ଏକାମ୍ର ପ୍ଲାଜାକୁ ସୁନ୍ଦର ଆଲୋକରେ ସଜାଇବା ସହ ପିଲାଙ୍କ ମନୋରଂଜନ ପାଇଁ ମଧ୍ୟ ବ୍ୟବସ୍ଥା ରହିବ। ଏଠାରେ ବିଭିନ୍ନ ରଙ୍ଗବେରଙ୍ଗର ଗଛ ଓ ଫୁଲ ଗଛ ଲଗାଇବାକୁ ଯୋଜନା ହୋଇଛି। ଏଠାରେ ସ୍ବତନ୍ତ୍ର ୟୁଟିଲିଟି କରିଡର, ବସ୍‌ ଷ୍ଟାଣ୍ଡ, ବାଇସାଇକେଲ୍‌ ଟ୍ରାକ୍, ଫୁଟପାଥ୍, ପବ୍ଲିକ ଟଏଲେଟ୍ ନିର୍ମାଣ କରାଯାଇଛି। ଏହି ଅଞ୍ଚଳକୁ ଜୀବନ୍ତ କରିବା ପାଇଁ କାନ୍ଥରେ ମନ୍ଦିରମାଳିନୀ ସହରକୁ ଚିତ୍ର ମାଧ୍ୟରେ ଉପସ୍ଥାପନ କରାଯିବ। ସେହିପରି ସ୍ମାର୍ଟ ଜନପଥକୁ ଅଧିକ ଆକଷର୍ଣୀୟ କରିବା ପାଇଁ ମାଷ୍ଟରକ୍ୟାଣ୍ଟିନ ଛକରେ ‘ଆଇ ଲଭ୍ ଭୁବନେଶ୍ବର’ ଲାଗିବ। ଯୁବପିଢ଼ିଙ୍କୁ ଭୁବନେଶ୍ୱର ସହ ସଂଯୋଗ କରିବା ପାଇଁ ଭୁବନେଶ୍ୱରସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ଏହା କରାଯାଉଛି। ଭୁବନେଶ୍ୱର ନୂଆକରି ଗଢ଼ି ତୋଳିବା ଏବଂ ଶ୍ରେଷ୍ଠ ସ୍ମାର୍ଟ ସିଟିରେ ପରିଣତ କରିବା ପାଇଁ କର୍ତ୍ତୃପକ୍ଷ ଏହିଭଳି ଯୋଜନା କରିଛି।