ବିଶ୍ୱ ରେକର୍ଡ ସୃଷ୍ଟି କରିବ ଅଯୋଧ୍ୟାର ଦିପାବଳୀ

0
106
yogis programme at ayodhya for deewali

ନୂଆଦିଲ୍ଲୀ: ଅଯୋଧ୍ୟାରେ ବଡ ଧୁମଧାମରେ ପାଳନ ହେବାକୁ ଯାଉଛି ଦୀପାବଳି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଦୀପାବଳିରେ ଅଯୋଧ୍ୟାରେ ଦୁଇ ଦିନ ରହିବାର ଘୋଷଣା କରିଛନ୍ତି। ରାମ ଜନ୍ମ ଭୂମି ଉପରେ ରାମ ଲୀଳାର ଯେଉଁ ମନ୍ଦିରର ଘୋଷଣାକୁ ସସ୍ପେନ୍ସରେ ରଖାଯାଇଛି। କିନ୍ତୁ ସରାୟୁ ନଦୀ କୂଳରେ ଯାହା ହେବାକୁ ଯାଉଛି ତାହା ଭବ୍ୟ ଅଟେ। ଆଜି ଦୁଇ ପାହାର ୧୨ଟାରୁ ଶୋଭାଯାତ୍ରା ଆରମ୍ଭ ହୋଇ ସାରିଛି। ୪ଟା ସମୟରେ ସ୍ମାରକ ବିସ୍ତାରୀକରଣ ଏବଂ ସ୍ମରାକୀରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯିବ। ସନ୍ଧ୍ୟା ୪.୩୦ ମିନିଟରେ ଭଗବାନ ରାମ ଏବଂ ମାତା ସୀତା ପୁଷ୍ପକ ବିମାନରେ ଅବତରିତ ହେବେ, ଯେଉଁଠାରେ ସିଏମ ଯୋଗୀ ,ପ୍ରଦେଶ ରାଜ୍ୟପାଳ ରାମ ନାଇକ, ବିହାର ରାଜ୍ୟପାଳ ଲାଲାଜୀ ଟଣ୍ଡନ ଏବଂ କୋରିଆର ଫାର୍ଷ୍ଟ ଲେଡି ମିଶି ରାଜ୍ୟାଭିଷେକ କରିବେ। ସନ୍ଧ୍ୟା ୬.୧୫ ରୁ ୬.୪୫ ଭିତରେ ମା ସରାୟୁଙ୍କ ଆଳତି କରାଯିବ ଏହାପରେ ୭.୩୦ରେ ଦୀପ ପ୍ରଜ୍ଜ୍ୱଳନ ଉତ୍ସବ ଆରମ୍ଭ ହେବ ଯେଉଁଥିରେ ୩ ଲକ୍ଷ ଦୀପ ଲଗାଇ ୱାର୍ଲଡ ରେକର୍ଡ କରିବାର ଯୋଜନା ରହିଛି।