ଦିଲ୍ଲୀରେ ମହିଳାଙ୍କୁ ଠକିଲେ ଭଣ୍ଡବାବା

0
107

ନୂଆଦିଲ୍ଲୀ : ଧର୍ମ ନାଁରେ ଆଜିକାଲି ଲୋକ ଠକାମିରେ ପଡ଼ୁଛନ୍ତି । ଧର୍ମର ଦ୍ୱାହି ଦେଇ କିଛି ଅସାଧୁ ଲୋକ ନୀରିହ ଲୋକଙ୍କୁ ଠକୁଛନ୍ତି । ବିଶ୍ୱାସ ନାଁରେ ଏପରି ଘଟଣା ବାରମ୍ବାର ଘଟୁଛି । ଦିଲ୍ଲୀରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଜଣେ ଭଣ୍ଡବାବା ଜଣେ ମହିଳାଙ୍କୁ ଏଭଳି ଠକିଥିବାର ଘଟଣା ନଜରକୁ ଆସିଛି । ପୁଲିସର ସୂଚନା ଅନୁଯାୟୀ ୫୦ ବର୍ଷୀୟା ମହିଳା ଲକ୍ଷ୍ମୀ ଫର୍ସ ବଜାର ଅଞ୍ଚଳରେ ରହନ୍ତି । ସେ ଦ୍ୱିପହରରେ କୃଷ୍ଣା ନଗର ମେନରୋଡରୁ ନିଜ ଘରକୁ ଯାଉଥିଲେ । ସେହି ରାସ୍ତାରେ ଜଣେ ବାବା ଦେଖା ହେଲେ ତାଙ୍କର । ସେହି ବାବାଙ୍କ ସହିତ ଜଣେ ଯୁବକ ବି ଥିଲେ। ସେହି ବାବା କହିଲେ ଯେ ସେ ସୁନା ଅଳଙ୍କାରକୁ ଦୁଇ ଗୁଣା କରିପାରନ୍ତି । ବାବା ଓ ଚେଲା କହିଲେ ମହିଳା ଯଦି ପାଖରେ ପଡ଼ିଥିବା ସାତଟି ଗୋଡ଼ି ଆଣିବେ,ତେବେ ସେ ସୁନା ଅଳଙ୍କାରକୁ ଦୁଇ ଗୁଣା କରିଦେବେ । ଏହାପରେ ମହିଳା ନିଜ ଦେହରେ ଥିବା ସବୁ ଅଳଙ୍କାର କାଢି ନେଇ ବାବାଙ୍କୁ ଦେଲେ ।ଏହାପରେ ମହିଳାଜଣକ ପାଖରେ ପଡ଼ିଥିବା ଗୋଡ଼ି ଖୋଜିବା ଲାଗିଗଲେ । ମହିଳା ସେଠାରୁ ଯିବା ମାତ୍ରେ ବାବା ଓ ଚେଲା ସୁନା ଅଳଙ୍କାରତକ ନେଇ ସେଠାରୁ ପଳାଇଥିଲେ। ତା’ପରେ ମହିଳା ଜାଣିପାରିଲେ ଯେ ସେ ଠକାମିର ଶିକାର ହୋଇଛନ୍ତି। ଏହାପରେ ସେ ପୁଲିସ ନିକଟରେ ଅଭିଯୋଗ କରିବା ସହ ମାମଲା ମଧ୍ୟ ରୁଜୁ କରିଛନ୍ତି।