ବଣେଇ ସମନ୍ୱିତ ଆଦିବାସୀ ଉର୍ଣ୍ଣୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

0
108
barnei: adibasi unayan sanstha in straik

ବଣେଇ ସ୍ଥିତ ସମନ୍ୱିତ ଆଦିବାସୀ ଉର୍ଣ୍ଣୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଆଜି କିଛି ଠିକାଦାର ଗାଁ ଗଣଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାଇ, ପ୍ରାୟ ୪ କୋଟି ଟଙ୍କାର ଟେଣ୍ଡର୍ କାମ ସରିବାର ୪ବର୍ଷରୁ ଉର୍ଦ୍ଧ ବିତିସାରିଲାଣି କିନ୍ତୁ କିଛି ଠିକାଦାର ଏବେ ମଧ୍ୟ ପଇସା ପାଇବାରୁ ବଞ୍ଚିତ ହୋଇଛନ୍ତି ଏନେଇ ବାରମ୍ବାର ପ୍ରଶାସନ ନିକଟରେ ଗୁହାରି ଉପରେ ଗୁହାରି କରି ମଧ୍ୟ କିଛି ସୁଫଳ ମିଳିପାରି ନାହିଁ ଫଳରେ କିଛି ଠିକାଦାର ଆର୍ଥିକ ସମସ୍ୟାରେ ରହି ସିମେଣ୍ଟ ଓ ଗାଡି ବାଲାଙ୍କୁ ପେମେଣ୍ଟ କରି ପାରିନଥିବାରୁ ତାଙ୍କୁ ଦୋକାନୀ ମାନେ ତାଗିତ କରୁଥିବା ଘଟଣା ବିଗତ ଅକ୍ଟୋବର ମାସରେ ସମନ୍ବିତ ଆଦିବାସୀ ଉର୍ଣ୍ଣୟନ ସଭାକକ୍ଷରେ ହୋଇଥିବା ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିରରେ ଅଭିଯୋଗ ମଧ୍ୟ କରିଥିଲେ କିନ୍ତୁ କିଛି ଉଚିତ ପଦକ୍ଷେପ ନିଆଯାଇ ନଥିବାରୁ ସେମାନେ ଆଜି ଅତିଷ୍ଠ ହୋଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବାର ଜଣାପଡିଛି। ପ୍ରାୟ ୨୧ ଜଣ ଠିକାଦାର ଟେଣ୍ଡର୍ ପ୍ରକ୍ରିୟାରେ କାମ ପାଇ ପର୍ଯ୍ୟାପ୍ତ ସମୟରେ ସମ୍ପୂର୍ଣ କରିଥିଲେ ମଧ୍ୟ କାହିଁକି ତାଙ୍କର ବିଲ ପାସ କରାଯାଇ ପେମେଣ୍ଟ କରାଯାଉ ନାହିଁ ତାହା ଏବେ ଠିକାଦାର ସଂଘରେ ଆଲୋଚନାର ବିଷୟ ପାଲଟିଛି। ପ୍ରଶାସନ ଘଟଣା ସମ୍ବଧରେ ଅନୁଧ୍ୟାନ କରି ଯଥାଶୀଘ୍ର ବକେୟା ଥିବା ଅର୍ଥ ପେମେଣ୍ଟ କରାନଗଲେ ଅଦାଲତର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି l ଏହି ପରିପ୍ରେକ୍ଷୀରେ ସ୍ଵତନ୍ତ୍ର କେନ୍ଦ୍ରୀୟ ଅନୁଦାନ, ଆଦିବାସୀ ଉପ ଯୋଜନା ଏବଂ ବହୁମୂଖୀ ଆଞ୍ଚଳିକ ଉନ୍ନୟନ ଯୋଜନା ରେ କାମ କରି ପ୍ରାୟ ଏକୋଇଶ ଜଣ ଠିକାଦାର ଙ୍କ ଚଉତିରିଶ ଟି କାମର ପାଉଣା ତିନି କୋଟି ଅଶୀ ଲକ୍ଷ ଟଙ୍କା ବାକି ଥିବା ଜଣା ପଡ଼ିଛି।