ଜମିବାଡ଼ି ବିବାଦ ହେଲା କାଳ: ବଡ ଭାଇର ଠେଙ୍ଗା ମାଡ଼ରେ ସାନ ଭାଇ ମୃତ

0
119
beaten to death by brother

ମୟୁରଭଞ୍ଜ : ବଡ ଭାଇର ଠେଙ୍ଗା ମାଡ଼ରେ ଜୀବନ ହାରିଲା ସାନ ଭାଇ । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସାନ ଭାଇକୁ ଠେଙ୍ଗାରେ ପିଟି ପିଟି ମାରିଲେ ବଡ ଭାଇ ଓ ପୁତୁରା। ଏପରି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଦଙ୍ଗାପାଣି ଗାଁର କୁନୁ ସାହିରେ। ଭାଇ ଭାଇ ମଧ୍ୟରେ ଜମି ଭାଗ ବଣ୍ଟାକୁ ନେଇ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। ରାତିରେ ସାନ ଭାଇ ଘର ବାହାରେ ଠିଆ ହୋଇଥିବା ବେଳେ ହଠାତ୍ ବଡ ଭାଇ ଓ ପୁତୁରା ଠେଙ୍ଗାରେ ଆକ୍ରମଣ କରିଥିଲେ। ସାନଭାଇ ପଡିଯିବାରୁ ମୁଣ୍ଡ ପଥରରରେ ବାଡେଇ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେପଟେ ପୁଲିସ ଖବର ପାଇ ମୃତଦେହକୁ ଜବତ କରିଛି ଓ ଅଭିଯୁକ୍ତ ବଡ ଭାଇ ଓ ପୁତୁରାକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।