ଆସନ୍ତୁ ଜାଣିବା ଡାଳିମ୍ବ ଜୁସର ଉପକାରିତା

0
143

ଡାଳିମ୍ବରେ ଭିଟାମିନ-ଏ, ସି, ଇ, ଫୋଲିକ ଏସିଡ୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ। ଡାଳିମ୍ବକୁ ଜୁସ କରି ପିଇଲେ ଆମକୁ ବହୁତ ଫାଇଦା ମିଳିଥାଏ । ବିଶେଷ ଭାବରେ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଡାଳିମ୍ବ ରସ ପେଟରେ ଥିବା ଚର୍ବିକୁ କମାଇବାରେ ସାହାର୍ଯ୍ୟ କରେ । ରକ୍ତରେ ଥିବା କୋଲେଷ୍ଟ୍ରରଲସ୍ତରକୁ କମାଇଥାଏ। ପ୍ରତିଦିନ ଡାଳିମ୍ବ ରସ ପିଇବା ଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ରହିଥାଏ। ଫଳରେ ହାର୍ଟ ଷ୍ଟ୍ରୋକ ହେବାର ଆଶଙ୍କା ମଧ୍ୟ କମି ଯାଇଥାଏ। ତେଣୁ ପ୍ରତିଦିନ ଡାଳିମ୍ବ ଜୁସ ପିଇବା ଆବଶ୍ୟକ ।