ଭାରତର ପ୍ରଥମ ମାଇକ୍ରୋପ୍ରସେସର ‘ଶକ୍ତି’ର ବଡ ସଫଳତା

0
122
big achivement microprocessr in india

ଚେନାଇ : ଭାରତ ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରଥମ ଥର ପାଇଁ ଏକ ମାଇକ୍ରୋପ୍ରସେସର କରିବାରେ ସଫଳତା ଅର୍ଜନ କରିଛି। ‘ଶକ୍ତି’ ନାମକ ଏହି ମାଇକ୍ରୋପ୍ରସେସକୁ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଆଇଆଇଟିଏମ୍‌)ର ମାଡ୍ରାସର ଗବେଷକମାନେ ପ୍ରସ୍ତୁତ କରିଛନ୍ତି । ଏହାକୁ ମୋବାଇଲ୍‌ କମ୍ପ୍ୟୁଟିଙ୍ଗ୍‌ ଏବଂ ଅନ୍ୟାନ୍ୟ ଯନ୍ତ୍ରାଂଶରେ ବ୍ୟବହାର କରାଯାଇ ପାରିବ। ସୂଚନା ଯୋଗ୍ୟ, ଶକ୍ତି ମାଇକ୍ରୋପ୍ରସେସରକୁ କମ୍‌ କ୍ଷମତା ବିଶିଷ୍ଟ ଓୟାରଲେଶ୍‌ ଏବଂ ନେଟଓ୍ବର୍କିଂ ସିଷ୍ଟମରେ ବ୍ୟବହାର କରାଯାଇ ପାରିବ। ଏହାଦ୍ୱାରା ଯୋଗାଯୋଗ ଏବଂ ପ୍ରତିରକ୍ଷା ଉଦ୍ୟୋଗରେ ଆମଦାନି ମାଇକ୍ରୋପ୍ରସେସର ଉପରେ ନିର୍ଭରଶୀଳତା ହ୍ରାସ ପାଇବ। ଏହା ଅନ୍ତର୍ଜାତୀୟ ମାନର ହୋଇଥିବାରୁ ବିଦେଶକୁ ରପ୍ତାନି କରାଯାଇପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି । ଏହା ଚଣ୍ଡିଗଡସ୍ଥିତ ‘ଇସ୍ରୋ’ର ସେମି କଣ୍ଡକ୍ଟର ଲାବୋରେଟୋରିରେ ଶକ୍ତି ପ୍ରସେସର ନିର୍ମାଣ କରାଯାଇଛି। ଏହାକୁ ମଧ୍ୟ ପ୍ରତିରକ୍ଷା, ଆଣବିକ ଶକ୍ତିକେନ୍ଦ୍ର ପ୍ରତିଷ୍ଠା, ସରକାରୀ ଓ ଅନ୍ୟାନ୍ୟ ସଂସ୍ଥାରେ ବ୍ୟବହାର କରାଯାଇ ପାରିବ। ସ୍ବଦେଶରେ ଏହାର ସମ୍ପୂର୍ଣ୍ଣ ଡିଜାଇନ୍‌ ପ୍ରସ୍ତୁତ ସହିତ ବିକାଶ କରାଯାଇଥିବାରୁ ଏହାକୁ ପ୍ରଥମ ‘ରିସ୍କ ଭି ମାଇକ୍ରୋପ୍ରସେସର’ କୁହାଯାଉଛି।