ଅଯୋଧ୍ୟାରେ ଶ୍ରୀରାମଙ୍କର ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ଲକ୍ଷରେ ବିଜେପି

0
137
BJP aims to make a statue of Shree Ram in ayodhaa

ଲକ୍ଷ୍ନୌ: ଗୁଜରାଟରେ ସର୍ଦ୍ଦାର ପଟେଲଙ୍କ ସର୍ବ ବୃହତ୍ତ ପ୍ରତିମୂର୍ତ୍ତି ନିର୍ମାଣ ପରେ ଏବେ ଅଯୋଧ୍ୟାରେ ଶ୍ରୀରାମଙ୍କର ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କରିବା ଦୀପାବଳି ଅବସରରେ ହିନ୍ଦୁମାନଙ୍କ ପାଇଁ ଏହି ଶୁଭଖବର ଯୋଗୀ ଆଦିତ୍ୟନାଥ ଦେବେ ବୋଲି ଅଯୋଧ୍ୟା ମ୍ୟୁନିସପାଲ କର୍ପୋରେସନର ମେୟର କହିଛନ୍ତି ବିଜେପି। ରାମମନ୍ଦିର ନିର୍ମାଣ ଲାଗି ଆବଶ୍ୟକ ପଡିଲେ ୧୯୯୨ ପରି ଆନ୍ଦୋଳନ କରାଯିବ ବୋଲି ଆର୍‌ଏସ୍‌ଏସ୍ କହିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ବୟାନ ଆସିବାର ଗୋଟିଏ ଦିନ ପରେ ଆରମ୍ଭ ହୋଇଛି ସନ୍ଥ ସମାବେଶ। ନର୍ମଦା ନଦୀ କୂଳରେ ସର୍ଦ୍ଦାର ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି ପରି ସରଜୁ ନଦୀ କୂଳରେ ଛିଡ଼ା ହେବ ଶ୍ରୀରାମଙ୍କର ୧୦୮ ମିଟର ଉଚ୍ଚତାର ପ୍ରତିମୂର୍ତ୍ତି । ସନ୍ଥ ତୁଳସୀଦାସ ଘାଟ ନିକଟରେ ୩୩୦ କୋଟି ଟଙ୍କା ବ୍ୟୟରେ ଉତ୍ତରପ୍ରଦେଶ ସରକାର ଏହି ମୂର୍ତ୍ତି ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୀପାବଳି ଅବସରରେ ଏମିତି କିଛି ଶୁଭ ଖବର ଶୁଣାଇବେ। ଖୁବ୍ ଶୀଘ୍ର ମୂର୍ତ୍ତି ନିର୍ମାଣ ହେବାକୁ ଥିବା ସ୍ଥାନର ମାଟି ପରୀକ୍ଷା କରାଯିବ ବୋଲି କହିଛନ୍ତି ଅଯୋଧ୍ୟା ମ୍ୟୁନିସପାଲ କର୍ପୋରେସନର ମେୟର ରିଷିକେଶ ଉପାଧ୍ୟାୟ। ସେପଟେ ଯୋଗୀ ସରକାରଙ୍କ ଏହି ପ୍ରସ୍ତାବକୁ ଅନେକ ସାଧୁ ସନ୍ଥ ନାପସନ୍ଦ କରି ଅଯୋଧ୍ୟାରେ ରାମ ମନ୍ଦିର ବ୍ୟତିତ ଆଉ କିଛି ଗ୍ରହଣୀୟ ନୁହେଁ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି। ଏଥିରେ ଅଯୋଧ୍ୟାର ବିବାଦୀୟ ଜମିରେ ରାମମନ୍ଦିର ନିର୍ମାଣ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। ସେପଟେ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ ଆସିବା ପୂର୍ବରୁ ମନ୍ଦିର ନିର୍ମାଣ ଯୋଜନାକୁ ବିଭିନ୍ନ ସଂଗଠନ ତୀବ୍ର ବିରୋଧ କରିଛନ୍ତି।