ଲାୟନ୍‌ ଏୟାର୍‌ ଜେଟ୍‌ର ବ୍ଲାକ୍‌ ବକ୍ସ ଉଦ୍ଧାର

0
96
Black Box Of Crashed Indonesian Jet Found

ଜାକର୍ତ୍ତା: ଜାକର୍ତ୍ତାରୁ ପଙ୍ଗ୍‌କଲ୍‌ ପିନାଙ୍ଗ୍‌ ଅଭିମୁଖେ ଉଡ଼ାଣ ଭରି ସୋମବାର ଦିନ ଦୁର୍ଘଟନାଗ୍ରସ୍ତ ହୋଇ ସମୁଦ୍ରରେ ଖସି ପଡ଼ିଥିବା ଲାୟନ୍‌ ଏୟାର୍‌ ଜେଟ୍‌ ବିମାନର ବ୍ଲାକ୍‌ ବକ୍ସକୁ ଇଣ୍ଡୋନେସୀୟ ବୁଡ଼ାଳିମାନେ ଉଦ୍ଧାର କରିଛନ୍ତି। ବୁଡ଼ାଳିମାନେ ଏହାକୁ ଏକ ଜାହାଜ ଯୋଗେ ପାଣି ଉପରକୁ ଆଣିଛନ୍ତି ବୋଲି ଗୁରୁବାର ପ୍ରକାଶ ପାଇଛି। ସୋମବାର ୧୮୯ ଜଣ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଉକ୍ତ ନୂଆ ବିମାନଟି ୧୩ ମିନିଟ ପରେ ହଠାତ କେଉଁ କାରଣରୁ ଯୋଗାଯୋଗ ବିଚ୍ଛିନ୍ନ ହେଲା ତାହାର ସୂଚନା ବ୍ଲାକ୍‌ ବକ୍ସ୍‍ ଦ୍ୱାରା ମିଳିପାରିବ ବୋଲି ଚିନ୍ତା କରାଯାଇଛି। ହେଣ୍ଡ୍ରା ନାମକ ଜଣେ ବୁଡ଼ାଳି କହିଛନ୍ତି, ‘ସମୁଦ୍ର ଶଯ୍ୟାର କାଦୁଅରେ ପୋତି ହୋଇପଡ଼ି ଥିବା ଭଗ୍ନାବଶେଷରୁ ଆମେ କାଦୁଅ ଖୋଳି ବ୍ଲାକ୍‌ ବକ୍ସ ପାଇଲୁ’।