ଭାଇ ଭଉଣୀ ସଂପର୍କରେ କଳଙ୍କ: ବଡ଼ଭାଇ ନିଜ ଭଉଣୀକୁ ଦୁଷ୍କର୍ମ କରି ଗିରଫ

0
128
brother rapes sister

ନୂଆଦିଲ୍ଲୀ: ଦିଲ୍ଲୀର ଫାରୁଖନଗରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ଯୁବକ ନିଶାସକ୍ତ ହୋଇ ନିଜର ସାନ ଭଉଣୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଦୀପାବଳି ରାତିରେ ଅଭିଯୁକ୍ତ ଯୁବକ ନିଜ ବାପାଙ୍କ ସହିତ ମିଶି ମଦ ପିଇଥିଲା। ବାପା ଶୋଇବାକୁ ଯିବା ପରେ ଭାଇ ସାନ ଭଉଣୀ ସୋଇଥିବା ଘର ଭିତରକୁ ପଶି ଦୁଷ୍କର୍ମ କରିଥିଲା। ପୀଡିତା ସକାଳେ ବାପାଙ୍କୁ ସବୁ କଥା କହିଥିଲେ । ତା’ପରେ ବାପା ଝିଅକୁ ସାଙ୍ଗରେ ନେଇ ଥାନାରେ ଏତଲା ଦେଲେ। ଏହାପରେ ପୋଲିସ ଦୁଷ୍କର୍ମକାରୀ ଯୁବକକୁ ଗିରଫ କରିଥିଲେ।