ପୋଲାର୍ଡଙ୍କ ଆଚରଣରେ ଆଶ୍ଚର୍ଯ୍ୟ ଓ କ୍ରୋଧିତ ହେଲେ ବୁମ୍ରା

0
125
Bumrah left furious after Pollard tries to distract while taking a catch

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟି-୨୦କୁ ଟିମ୍‌ ଇଣ୍ଡିଆ ୭୧ ରନ୍‌ରେ ବାଜି ମାରିନେଇଛି। ଏହି ମ୍ୟାଚ୍‌ ସହ ଇଣ୍ଡିଜ୍‌ ବିପକ୍ଷ ୩ଟିକିଆ ଟି-୨୦ ସିରିଜ୍‌କୁ ମଧ୍ୟ ରୋହିତ ବାହିନୀ ଆଗୁଆ ୨-୦ରେ ଜିତି ନେଇଛି। ଭାରତ ପ୍ରଥମେ ବ୍ୟାଟିଂ କରି ୧୯୫ ରନ୍‌ କରିଥିବା ବେଳେ ଇଣ୍ଡିଜ୍‌ ମାତ୍ର ୧୨୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା। କିନ୍ତୁ ଗତକାଲିର ମ୍ୟାଚ୍‌ ବେଳେ ଇଣ୍ଡିଜ୍‌ର କାଏରେନ୍‌ ପୋଲାର୍ଡ ଓ ଇଣ୍ଡିଆର ସ୍ପିଡ୍‌ଷ୍ଟର ଯଶପ୍ରୀତ ବୁମ୍ରାଙ୍କ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଇଣ୍ଡିଜ୍‌ ବ୍ୟାଟିଂ ଇନିଂସ୍‌ର ୧୧ତମ ଓଭର୍‌ରେ ପୋଲାର୍ଡ ଏମିତି କିଛି କରିଥିଲେ, ଯାହାକୁ ଦେଖି ବୁମ୍ରା କ୍ରୋଧିତ, ଆଶ୍ଚର୍ଯ୍ୟ ପ୍ରକଟ କରି ଚୁପ୍‌ ରହିଯାଇଥିଲେ। ପୋଲାର୍ଡ ବ୍ୟାଟିଂ କରୁଥିବା ବେଳେ ବୁମ୍ରା ବୋଲିଂ କରିବାକୁ ଆସିଥିଲେ। ବୁମ୍ରା ନିଜ ଓଭର୍‌ ୪ର୍ଥ ବଲ୍‌ଟିକୁ ପୋଲାର୍ଡଙ୍କୁ ପକାଇଥିବା ବେଳେ ଏହା ତାଙ୍କ ବ୍ୟାଟ୍‌ର ଧାରରେ ବାଜି ଉପରକୁ ଉଠିଯାଇଥିଲା। ବୁମ୍ରା ଏହି କ୍ୟାଚ୍‌ ନେବାକୁ ଉଦ୍ୟମ କଲାବେଳେ ପୋଲାର୍ଡ ଜାଣିଶୁଣି କ୍ୟାଚ୍‌ ଧରିବାକୁ ଆସୁଥିବା ବୁମ୍ରାଙ୍କ ଆଗରେ ନିଜର ଡାହାଣ ହାତକୁ ଉଠାଇ ତାଙ୍କୁ ଧ୍ୟାନଚ୍ୟୁତ କରିବାକୁ ଚେଷ୍ଟା କରିଥିଲେ। ଏହାସତ୍ବେ ବୁମ୍ରା କୌଣସି ପ୍ରକାରର କ୍ୟାଚ୍‌ଟିକୁ ଧରିଥିଲେ।