ଅନୁଗୁଳ: ଇଲେକ୍ଟ୍ରିକ୍‌ ହିଟର୍‌ରେ ପଡ଼ି ଶିଶୁପୁତ୍ର ମୃତ୍ୟୁ

0
132
burning electric heater infant dies

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ କୁମଣ୍ଡ ଗାଁ’ରେ ଜଳନ୍ତା ଇଲେକ୍ଟ୍ରିକ୍‌ ହିଟର୍‌ରେ ପଡ଼ି ରବିବାର ସକାଳେ ଜଣେ ୧୧ ମାସ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁଟି ହେଉଛି ସୁନା ସାହୁଙ୍କ ପୁଅ। ସେ ପୁଅଟିକୁ ସୁନାଙ୍କର ଜଣେ ସମ୍ପର୍କୀୟ ପିଲା ଧରିଥିଲା। ଅସାବଧାନତା ହେତୁ ଶିଶୁପୁତ୍ରଟି  ତାଙ୍କ ହାତରୁ ଖସି ହିଟର୍‌ ଉପରେ ପଡ଼ି ଯିବାରୁ ବିଜୁଳି ପ୍ରବାହ ସଂସ୍ପର୍ଶରେ ଆସି ଘଟନାସ୍ଥଳରେ ହିଁ ମରିଯାଇଥିଲା। ଖବର ପାଇ ଅନୁଗୁଳ ପୁଲିସ ମୃତ ଶିଶୁର ଶବ ଉଦ୍ଧାର କରିବା ସହ ସମ୍ପ୍ରତି ବ୍ୟବଚ୍ଛେଦ ନିମନ୍ତେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଠାଇଛି।