ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା

0
123
burning house

ଭଦ୍ରକ:ଗୁରୁବାର ସକାଳେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓ ଧୂଷୁରୀ ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦିଲ୍ଲୀପ ପାତ୍ରଙ୍କ ୩ ବଖରା ଘରପୋଡି ଯାଇଛି। ସୂଚନା ଅନୁଯାୟୀ, ଦିଲ୍ଲୀପଙ୍କ ମା’ଙ୍କ ଦେହ ଖରାପ ଥିବାରୁ ସେ ତାଙ୍କୁ ବୁଧବାର ସନ୍ଧ୍ୟାରେ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନା ନେଇଥିଲେ। ଘରେ କେହି ନ ଥିବାବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏହା ପରେ ସ୍ଥାନୀୟ ଲୋକ ଧାମନଗର ଦମକଳକେନ୍ଦ୍ରକୁ ଫୋନ କରିଥିଲେ, କିନ୍ତୁ ଦମକଳ ଗାଡି ପହଞ୍ଚି ପାରି ନ ଥିଲା। ଫଳରେ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ଘରର ସମସ୍ତ ଜିନିଷପତ୍ର ପୋଡ଼ିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।