ଜଳନ୍ତା କାର୍‌ରୁ ଡେଇଁ କାର୍‌ ଅଟକାଇବାକୁ ଧାଇଁଲେ ମାଲିକ

0
99
Car turns into a ball of fire

ଗୁରଗ୍ରାମ: ଗୁରୁଗ୍ରାମରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଦେଖିବାକୁ ମିଳିଛି, ଯାହା ଏବେ ସୋସିଆଲ ମେଡିଆରେ ଭାଇରାଲ ହୋଇସାରିଛି। ଏକ ଚଳନ୍ତା କାରରେ ଅଚାନକ ନିଅାଁ ଲାଗି ସେହି ଅବସ୍ଥାରେ କାରଟି ରାସ୍ତାରେ ଚାଲୁଥିବାର ଦେଖା ଯାଇଛି। ପରେ ଚଳନ୍ତା ଅବସ୍ଥାରେ କାରଟି ଏକ ଅଟୋ ରିକ୍ସାକୁ ଧକ୍କା ଦେବା ପରେ ଫ୍ଲାଏ ଓଭର୍‌ ସହ ମାଡ଼ ହୋଇ ଅଟକି ଯାଇଥିବା ସତ୍ତ୍ୱେ କାରଟି ସମ୍ପୂର୍ଣ୍ଣ ରୂପେ ଜଳିଯାଇଥିଲା। ସୂଚନାଯୋଗ୍ୟ, ମଙ୍ଗଳବାର ୪୪ ବର୍ଷିୟ ରାକେଶ ଚାଣ୍ଡେଲ୍‌ କାର୍‌ ଚଳାଇ ଘରକୁ ଫେରୁଥିବା ସମୟରେ ସେଥିରେ ହଠାତ୍‌ ନିଅାଁ ଲାଗିଯାଇଥିଲା। ଭିଡିଓରେ ଦେଖା ଯାଉଛି ରାଜୀବ ଚୌକ୍‌ ଫ୍ଲାଏ ଓଭର୍‌ ଠାରେ ଗୋଟିଏ ଅଟୋ ରିକ୍ସାକୁ ଧକ୍କା ଦେବା ପୂର୍ବରୁ ସେ ଜଳନ୍ତା କାର୍‌ ପଛରେ ଧାଉଁଛନ୍ତି। ଚାଣ୍ଡେଲ୍‌ କହିଛନ୍ତି ଯେ, ସେ କିଛି ଶବ୍ଦ ଶୁଣି କାର୍‌ରେ କ’ଣ ବିଗିଡ଼ି ଗଲା ବୋଲି ଯାଞ୍ଚ କରିବାକୁ ଅଟକି ଯାଇଥିଲେ ମଧ୍ୟ ପ୍ରଥମେ କିଛି ଜାଣିପାରିନଥିଲେ। ପରେ ସେହି ଶବ୍ଦ ଶୁଣି କାର୍‌ରେ ନିଅାଁ ଲାଗିଥିବା ଦେଖିବା ପରେ ବ୍ରେକ୍‌ ମାରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଏହାପରେ ନିଜକୁ ବଞ୍ଚେଇବାକୁ ଯାଇ ସେ କାର୍‌ରୁ ଡେଇଁ ପଡ଼ିଥିଲେ। ଏହାପରେ ପିସିଆର୍‌ ଘଟନାସ୍ଥଳରେ ପହଞ୍ଚି ଚଳନ୍ତା କାର୍‌ଟିକୁ ଅଟକାଇବାକୁ ଉଦ୍ୟମ କରି ବିଫଳ ହେବା ପରେ କାରଟି ଫ୍ଲାଏ ଓଭର୍‌ରେ ଏକ ଅଟୋ ରିକ୍ସାକୁ ଧକ୍କା ଦେଇ ଅଟକି ଯାଇଥିଲା।