ପୂର୍ବତନ ବିଜେପି ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡୀ ଗିରଫ

0
112
CCB Arrests Mining Baron Janardhana Reddy in Financial Fraud Case

ବେଙ୍ଗାଲୁରୁ: ପୂର୍ବତନ ବିଜେପି ମନ୍ତ୍ରୀ ଜନାର୍ଦ୍ଦନ ରେଡ୍ଡୀଙ୍କୁ ଓ ସହଯୋଗୀ ଅଲ୍ଲୀ ଖାନ୍‌ ଚିଟଫଣ୍ଡ ଠକେଇ ସମ୍ପର୍କିତ ଲାଞ୍ଚ ମାମଲାରେ ଗିରଫ କରାଯାଇଥିବା ଜଣାଯାଇଛି। ତାଙ୍କର ଘନିଷ୍ଠ ସହଯୋଗୀ ଅଲ୍ଲୀ ଖାନ୍‌ଙ୍କୁ ମଧ୍ୟ ଗିରଫ କରାଯାଇଛି। ଏକାଧିକ ଦୁର୍ନୀତି ଅଭିଯୋଗ ରହିଥିବାବେଳେ ସେ ପୂର୍ବରୁ ମଧ୍ୟ ୩ ବର୍ଷ ଜେଲ୍‌ଦଣ୍ଡ ଭୋଗୀ ସାରିଛନ୍ତି। ବେଙ୍ଗାଲୁରୁର ବରିଷ୍ଠ ପୁଲିସ୍‌ ଅଧିକାରୀ ଆଲୋକ କୁମାରଙ୍କ ସୂଚନା ଅନୁସାରେ, ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନକୁ ଆଧାରକରି ତାଙ୍କୁ ଗିରଫ କରାଯାଇଛି। ଏହାପରେ ତାଙ୍କଠାରୁ ଟଙ୍କା ଆଦାୟ କରାଯାଇ ଚିଟଫଣ୍ଡରେ ପୁଞ୍ଜି ନିବେଶକଙ୍କୁ ଫେରାଇ ଦିଆଯିବ।