ଆଲ୍ଲାହାବାଦ ବ୍ୟାଙ୍କ ଏମ୍‌ଡିଙ୍କ ପ୍ରଥମ ରାଜଧାନୀ ଗସ୍ତ

0
128
ch-ss-mallikarjuna-rao-has-visited-bhubaneswar-first-time

ଭୁବନେଶ୍ୱର: ଆଲ୍ଲାହାବାଦ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସିଏଚ୍‌.ଏସ୍‌.ଏସ୍‌. ମଲ୍ଲିକାର୍ଜୁନ ରାଓ ପ୍ରଥମଥର ଲାଗି ଭୁବନେଶ୍ୱର ଗସ୍ତ କରିଛନ୍ତି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର କର୍ମଚାରୀମାନେ ତାଙ୍କୁ ଉକ୍ତ ଅବସରରେ ସ୍ୱାଗତ କରିଥିବା ବେଳେ ବ୍ୟାଙ୍କ ପକ୍ଷରୁ ଆୟୋଜିତ ୱାକାଥନରେ ସେ ଯୋଗ ଦେଇଥିଲେ। ଆଞ୍ଚଳିକ କାର୍ଯ୍ୟାଳୟର ନବୀକୃତ କରେନ୍ସି ଚେଷ୍ଟକୁ ଉଦଘାଟନ କରିବା ସହ ସେ ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିରେ ବ୍ୟାଙ୍କର ଉପମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ କେ. ମୁରଲୀକ୍ରିଷ୍ଣାଙ୍କ ସମେତ ବ୍ୟାଙ୍କର ପ୍ରାୟ ୨୦୦ କର୍ମଚାରୀ ଯୋଗ ଦେଇଥିଲେ।